ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ସମାଜବାଦୀ ପାର୍ଟିରୁ ବହିଷ୍କୃତ ହେଲେ ପ୍ରଦୀପ କୁମାର ମିଶ୍ର। ବିଶୃଙ୍ଖଳା ଓ ଦଳବିରୋଧୀ କାମ ପାଇଁ ଦଳରୁ ବିଦା ହେଲେ। କଡ଼ା ଆକ୍ସନ ନେଲେ ସମାଜବାଦୀ ପାର୍ଟିର ଓଡ଼ିଶା ପ୍ରଦେଶ ସଭାପତି ଶିବ ହାତୀ ଯାଦବ। ସମାଜବାଦୀ ପାର୍ଟିର ରାଜ୍ୟ ମିଡ଼ିଆ ସେଲ୍ ଇନଚାର୍ଜ ଥିଲେ ପ୍ରଦୀପ କୁମାର ମିଶ୍ର। ଶ୍ରୀ ମିଶ୍ରଙ୍କ ବହିଷ୍କାର ନେଇ ସମାଜବାଦୀ ପାର୍ଟି, ଓଡ଼ିଶା ପକ୍ଷରୁ ସୂଚନା ଦେବା ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ଓଡ଼ିଶା ପ୍ରଭାରୀ ସୁନୀଲ ସିଂ ଯାଦବଙ୍କୁ ମଧ୍ୟ ଅବଗତ କରାଯାଇଛି। ପ୍ରଦୀପ କୁମାର ମିଶ୍ର ବିଶୃଙ୍ଖଳା ସୃଷ୍ଟି କରି ଆସୁଥିବାବେଳେ ଗତ କିଛି ମାସ ହେବ ଦଳ ବିରୋଧୀ କାର୍ଯ୍ୟରେ ସଂପୃକ୍ତ ରହିଥିଲେ। ଏନେଇ ଗତ ୨୦୨୫ ଅଗଷ୍ଟ ୧୮ରେ ରାଜ୍ୟ ସଭାପତି ଶ୍ରୀ ମିଶ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। କିନ୍ତୁ ତାଙ୍କର କୌଣସି ପରିବର୍ତ୍ତନ ହୋଇ ନଥିଲା। ତେଣୁ ସମାଜବାଦୀ ପାର୍ଟି ଓଡିଶା ପ୍ରଦେଶ ସଭାପତି ଆଜି ଏପରି ନିଷ୍ପତି ନେଇଥିବା ଜଣା ପଡ଼ିଛି।





