ପ୍ରଥମ ମ୍ୟାଚରେ ଅମ୍ବାଦଳାକୁ ହରାଇ ଚଣାଳୀମା ବିଜୟୀ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ସ୍ଥିତ ନିୟମଗିରି ବେଦାନ୍ତ ନଗର ଖେଳ ପଡିଆ ଠାରେ ନିୟମଗିରି ବେଦାନ୍ତ ନଗର ଗୋଲ୍ଡେନ ସ୍ପୋର୍ଟସ ବ୍ଲକ ଓ ଲାଞ୍ଜିଗଡ଼ ବେଦାନ୍ତର କମ୍ପାନୀ ମିଳିତ ଉଦ୍ୟମରେ ୧୧ ତମ ନକ୍ଆଉଟ୍ କ୍ରିକେଟ୍ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି।ଆଜିର ଉଦଘାଟନି ମ୍ୟାଚ୍ ଚଣାଳୀମା ଓ ଅମ୍ବାଦଳା ମଧ୍ୟରେ ହୋଇଥିଲା।ଏହି ପ୍ରଥମ ମ୍ୟାଚ ୧୩ ଓଭରର ଖେଳାଯାଇ ଥିବାବେଳେ ଅମ୍ବାଦଳା ପ୍ରଥମେ ବ୍ୟାଟିଂ କରି ୧୨ ଓଭର ୪ ବୋଲ ବିନିମୟରେ ସମସ୍ତ ଉଇକେଟ ହରାଇ ୧୧୫ ରନ୍ ସଂଗ୍ରହ କରିଥିଲେ। ଜବାବରେ ଚଣାଳୀମା ଦଳ ୧୦ ଓଭର ୩ ବୋଲରେ ୫ ଉଇକେଟ ହରାଇ ୧୧୬ ରନ୍ କରି ଜଣାଳୀମା ଦଳ ବିଜୟୀ ହୋଇଥିଲେ। ଆଜିର ମ୍ୟାଚରେ ଗୋବିନ୍ଦ ମାଝୀ ଓ ଉମେଶ ଚଲାଣ ଖେଳ ପରିଚାଳନା କରିଥିବାବେଳେ ଦିଲ୍ଲୀପ ମାଝୀ ଓ ଶ୍ରୀମୁଖ ଅଗସ୍ତି ଧାରା ବିବରଣୀ ଦେଇଥିଲେ। ସ୍କୋର ବୋର୍ଡରେ ବିରଞ୍ଚି ମାଝୀ ସହଯୋଗ କରିଥିଲେ। ଏହି ଉଦଘାଟନୀ ମ୍ୟାଚରେ ଅତିଥି ଭାବେ ଲାଞ୍ଜିଗଡ଼ ବେଦାନ୍ତ କମ୍ପାନୀ ପକ୍ଷରୁ ସିଏସଆର ମୁଖ୍ୟ ଶିଶିର ତରଫଦାର,ସାନ୍ତାନୁ ବିଶି, କିରଣ ପଟ୍ଟନାୟକ, ପ୍ରତୀକ୍ଷା ଦେବୀ,ହାରି ମାଝୀ,ଦଶରଥ ମାଝୀ, ରଘୁ ପାଣି, କୁଆଁରା ମାଝୀ,ଗୋପାଳ ଚଲାଣ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏହି ପ୍ରତିଯୋଗିତାରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ୧୬ଟି କ୍ରିକେଟ୍ ଦଳ ଅଂଶ ଗ୍ରହଣ କରି ଥିବା ବେଳେ ଆସନ୍ତା ମେ ୨୧ ତାରିଖରେ ଏହାର ଫାଇନାଲ ମ୍ୟାଚ ଖେଳାଯିବ ବୋଲି ଗୋଲ୍ଡେନ ସ୍ପୋର୍ଟସ ସଭାପତି ପବିତ୍ର ମାଝୀ ପ୍ରକାଶ କରିଛନ୍ତି। ଆଜିର ଏହି ପ୍ରତିଯୋଗିତାରେ ଗୋଲ୍ଡେନ ସ୍ପୋର୍ଟସ କ୍ଲଵ ସଭାପତି ପବିତ୍ର ମାଝୀ,ଉପ ସଭାପତି ସନ୍ତୋଷ ମାଝୀ, ସଂପାଦକ ଶତ୍ରୁଘନ ଚଲାନ,ସହ ସଂପାଦକ କପୁର ନାଗ, କୋଷାଦକ୍ଷ ଜିତେନ୍ଦ୍ର ମାଝୀ ସମେତ କ୍ଲଵର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।





