ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା ମୋଟେର ପେଟ୍ରୋଲ ପମ୍ପ୍ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍ ରୁ ଖସିପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜୟପାଟଣା ଅଞ୍ଚଳର ହେମାବାଇ କୈବର୍ତ୍ତ (୫୫ ବର୍ଷ) ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ମଙ୍ଗଳବାର ହେମାବାଇ କୈବର୍ତ୍ତ ଓ ତାଙ୍କ ପୁଅ କାର୍ତ୍ତିକ କୈବର୍ତ୍ତ ବାଇକ ଯୋଗେ ଜୁନାଗଡ଼ ରୁ କୋଣସି କାମ ସାରି ଘରକୁ ଫେରୁଥିଲେ। ତେବେ ମୋଟେର ପେଟ୍ରୋଲ ପମ୍ପ ପାଖରେ ବାଇକ ରୁ ହେମବାଇ କୌଣସି ପ୍ରକାରେ ଖସି ପଡ଼ି ଗୁରୁତର ହୋଇଥିଲେ। ତାଙ୍କୁ କୋକସରା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଖବର ପାଇ କୋକସରା ଥାନା ପୋଲିସ ମେଡିକାଲରେ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଛେଦ ପରେ ପରିବାର କୁ ହସ୍ତାନ୍ତର କରିଥିବା ଜଣାପଡିଛି। ଏନେଇ କୋକସରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଥାନା ପକ୍ଷରୁ ସୂଚନା ମିଳିଛି।





