ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡିର ଆରାଧ୍ୟ ଦେବତା ଆମପାଣିର ବୁଢ଼ାରଜା ଦେବଙ୍କ ମୁଖ୍ୟ ପୁଜକ ଫକୀର ମୋହନ ପୁଝାରୀଙ୍କ ମାତା ଉଁଆସୀ ପୁଝାରୀଙ୍କ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ସେ ଦିର୍ଘଦିନ ହେଲା ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତାରେ ରହିଥିଲେ। ଉଁଆସୀ ପୁଝାରୀ ଜଣେ ଧର୍ମପରାୟଣ ଓ ପରୋପକାରୀ ମଣିଷ ଥିଲେ। ତାଙ୍କର ବିୟୋଗରେ ଆମପାଣି ସମେତ ସ୍ଥାନୀୟ ଅଞ୍ଚଳର ଶୋକରଛାୟ ଖେଲି ଯାଇଛି। ତାଙ୍କର ଶେଷ ଦର୍ଶନ ନିମନ୍ତେ ଅଞ୍ଚଳ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ହୋଇ ଶବଧାରରେ ସାମିଲ ହୋଇଥିଲେ। ବଡ ପୁଅ ଫକୀର ମୋହନ ପୁଝାରୀ ମୁଖାଗ୍ନୀ ହେଇଥିବା ବେଳେ ପରିବାରର ସମସ୍ତ ସଦସ୍ୟ ଓ ବନ୍ଧୁ ବାନ୍ଧବମାନେ ଉପସ୍ଥିତ ରହିଥିଲେ।





