ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ଚାରି ଅଟକ, ହତ୍ୟା ଅଭିଯୋଗ ଆଣିଲେ ମୃତକାଙ୍କ ପରିବାର ଲୋକେ

କଳାହାଣ୍ଡି / ଓଡ଼ିଆ ବାର୍ତ୍ତା (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଫାଣ୍ଡି ଅଧିନସ୍ଥ ପୌରକେଲା ଗ୍ରାମର ଜନୈକ ବିବାହିତା ମହିଳାଙ୍କର ସନ୍ଦେହଜନେକ ମୃତ୍ୟୁ ହୋଇଥିବା ବେଳେ ମହିଳାଙ୍କ ପରିବାର ଲୋକେ ଏହା ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ମହିଳା ଶାଶୁଘର ଲୋକେ ଆତ୍ମହତ୍ୟା କରିଥିବା କହୁଛନ୍ତି । ପୁଲିସର ସୂଚନା ଅନୁଯାୟୀ, ପୌରକେଲା ଗ୍ରାମର ମାଖନ ରଣାଙ୍କ ପୁଅ ସୁବାଷ ୫ବର୍ଷ ତଳେ ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ଅନ୍ତର୍ଗତ ପିଟାବାହାଲ ଗ୍ରାମର ଅଲେଖ ରଣାଙ୍କ ଝିଅ ସୁମିତ୍ରାକୁ ବିବାହ କରିଥିଲେ । ସେମାନଙ୍କର ଏକ ୪ବର୍ଷର ପୁତ୍ରସନ୍ତାନ ଟିଏ ମଧ୍ୟ ଅଛି । ସୁବାଷ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିବା ଜଣାଯାଇଛି । ତେବେ ଗତକାଲି ଅପରାହ୍ନରେ ସୁବାଷଙ୍କ ପରିବାରଲୋକେ ସୁମିତ୍ରାର ବାପାଙ୍କୁ ଫୋନ କରି ତାଙ୍କ ଝୀଅ ଉଦଡିରେ ଫାଶ ଲଗାଇ ଆତ୍ମହତ୍ୟା କରିଥିବା ଖବର ଦେଇଥିଲେ । ଖବର ପାଇ ସୁମିତ୍ରାର ପରିବାର ସନ୍ଧ୍ୟାରେ ଆସି ପହଞ୍ଚିଥିଲେ । ସୁମିତ୍ରାର ବାପା ତାଙ୍କ ଝିଅକୁ ତା’ର ଶାଶୁଘର ଲୋକେ ମାରିଦେଇଥିବା ଅଭିଯୋଗ କରି ରାତିରେ ରିଷିଡା ଫାଣ୍ଡିରେ ଅଭିଯୋଗ କରିଥିଲେ । ସୁମିତ୍ରାର ବାପା ଅଲେଖ ରଣାଙ୍କ ଏତଲା ଅନୁ୍‌ଜାୟୀ ତାର ଝୀଅକୁ ତାର ଶ୍ୱଶୁର ମାଖନ ରଣା, ଶାଶୁ ବେନ୍ଦଲା ରଣା, ନଣନ୍ଦ ଗୋଲାପି ଓ ମୋହିନୀ ମିଶି ମାରିଦେଇଛନ୍ତି । ପୂର୍ବରୁ ମଧ୍ୟ ନିର୍ଯ୍ୟାତନା ଦେଉଥିଲେ ବୋଲି ଉଲ୍ଲେଖ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ରିଷିଡା ଫାଣ୍ଡିଧିକାରୀ ମନୁଆ ବିଡିକା ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବା ସହ ଉକ୍ତ ୪ଜଣଙ୍କୁ ଥାନାକୁ ଆଣିଥିଲେ । ଆଜି ସକାଳେ ସାଇଣ୍ଟିଫିକଟିମ ସହ କର୍ଲାମୁଣ୍ଡା ଅତିରିକ୍ତ ତହସିଲଦାର ସୁଭେନ୍ଦୁ ପଟେଲ ମ.ରାମପୁର ଥାନାଧିକାରୀ ସଂଯୁକ୍ତା ପଧାନ, ରିଷିଡା ଫାଣ୍ଡିଧିକାରୀ ମନୁଆ ବିଡିକା ଘଟଣା ସ୍ଥଳରେ ପହଞ୍ଚି ଶବ ପଞ୍ଚନାମା କରିଥିଲେ । ପରେ ଶବବ୍ୟବଚ୍ଛେଦ ପାଇଁ ମ.ରାମପୁରକୁ ପଠେଇ ଦିଆଯାଇଥିଲା । ଏନେଇ ମ.ରାମପୁର ଥାନାରେ କେଶନଂ-୧୪୬ ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଏସ.ଆଇ କବିତା ବାଗଙ୍କୁ ତଦନ୍ତ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି । ଅଟକ ବ୍ୟକ୍ତି ମାନଙ୍କୁ ପଚରାଉଚୁରା ଚାଲିଥିବା ପୁଲିସ କହିଛି । ପ୍ରକାଶଥାଉକି, ବିଡମ୍ବନା ହେଲା ଯେ ମୃତକ ସୁମିତ୍ରା ର ବାପ ଘର ଲୋକେ ଶବକୁ ଛୁଇ ବାକୁ ସ୍ପଷ୍ଟ ମନା କରିଥିଲେ । ଏହା କି ମାନବିକତା ନିଜ ଝିଅର ଶବ ବି ଛୁଇବାକୁ କ’ଣ ବିବେକ ବାଧା ଦେଉଛି କି ବୋଲି ଉପସ୍ଥିତ ଲୋକେ ଆଲୋଚନା କରୁଥିବା ଶୁଣାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.