ମାଣ୍ଡିପଦର ମାଁ ମାଝିଗୌରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ରେଖାଲିଗୁଡା ଚାମ୍ପିଅନ 

ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): କଲ୍ୟାଣସିଂହପୁର ବ୍ଲକ ପୋଲମା ପଞ୍ଚାୟତ ମାଣ୍ଡିପଦର ଠାରେ ଆୟୋଜିତ ମାଁ ମଝିଗୌରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି। ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ରେଖାଲିଗୁଡା ଦଳ ପୋଲମାକୁ ପରାସ୍ତ କରି ଚ୍ୟାମ୍ପିଅନ ହୋଇଛି।ଫାଇନାଲ ମ୍ୟାଚ୍‌ରେ ପୋଲମା ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୧୨ ଓଭରରେ ଦଳ ୭୦ ରନ୍ ସଂଗ୍ରହ କରି ରେଖାଲିଗୁଡା ଦଳକୁ ୭୧ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଜବାବରେ ରେଖାଲିଗୁଡା ଦଳର ଓପେନିଂ ଯୋଡ଼ିଙ୍କ ଧୂଆଁଧାର ବ୍ୟାଟିଂ ବଳରେ ମାତ୍ର ୮ ଓଭରରେ ଲକ୍ଷ୍ୟ ହାସଲ କରି ବିଜୟ ମୁକୁଟ ହାସଲ କରିଥିଲା ରେଖାଲିଗୁଡା ଦଳ। ଉଦ୍‌ଯାପନୀ ଉତ୍ସବରେ ପୂର୍ବତନ ଆଇନ ମନ୍ତ୍ରୀ ତଥା ବିଜେଡ଼ି ଜିଲ୍ଲା ସଭାପତି ଜଗନ୍ନାଥ ସାରାକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ ଦଳକୁ ୧୬ ହଜାର ଅର୍ଥ ସହ ପୁରସ୍କାର ଓ ରନର୍ସ-ଅପ୍ ଦଳକୁ ୧୨ ହଜାର ଅର୍ଥ ସହ ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ କଲ୍ୟାଣସିଂହପୁର ବିଜେଡି ବ୍ଲକ ସଭାପତି ସୁନ୍ଦରରାଓ ବାଗ, ବି.ମାଧବ ରାଓ, ଜି.ଶ୍ରୀନିବାସ ରାଓ, ପୋଲମା ନାଏବ ସରପଞ୍ଚ ମହେନ୍ଦ୍ର ହୁଇକା, ରାମନାଥ ହୁଇକା, ଶିବ ପ୍ରସାଦ ଗେମ୍ଭଳି, ଉପେନ୍ଦ୍ର କରକରିଆ ଏବଂ କିଶୋର ଚନ୍ଦ୍ର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଫାଇନାଲ ମ୍ୟାଚ୍‌କୁ ଗୋପୀନାଥ ହୁଇକା ଓ ଈଶ୍ୱର ହିକକା ଏମ୍ପାୟାର ଭାବେ ପରିଚାଳନା କରିଥିବା ବେଳେ ସାଗର ହୁଇକା ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ।ଆୟୋଜକ କମିଟିର ତପନ ହୁଇକା, ନଳଧର ହିକକା, ସିଦ୍ଧାନ୍ତ ହୁଇକା, ପୂର୍ଣ୍ଣଚନ୍ଦ୍ର ହୁଇକା, ନବୀନ ବିଭାର ଓ ହିତେଶ ହୁଇକାଙ୍କ ସମେତ ସମସ୍ତ ସଦସ୍ୟ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।ଟୁର୍ଣ୍ଣାମେଣ୍ଟରେ ଗୋବିନ୍ଦ ହୁଇକା ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଏବଂ ବେଷ୍ଟ ବ୍ୟାଟ୍ସମ୍ୟାନ୍ ପୁରସ୍କାର ହାସଲ କରିଥିବା ବେଳେ ଅର୍ଜୁନ ମାର୍କଣ୍ଡି ମ୍ୟାନ୍ ଅଫ୍ ଦ ସିରିଜ୍ ଓ ବେଷ୍ଟ ବୋଲର୍ ପୁରସ୍କାର ପାଇଥିଲେ।ଉଲ୍ଲେଖଯୋଗ୍ୟ ଯେ, ଗତ ୩୧ ମେରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ଆଜି ଉତ୍ସାହ ଓ ଉଦ୍ଦୀପନାର ସହିତ ସଫଳତାର ସହ ଉଦ୍‌ଯାପିତ ହୋଇଛି। ସ୍ଥାନୀୟ ଅଞ୍ଚଳର କ୍ରିକେଟ ପ୍ରେମୀଙ୍କ ଭିଡ଼ ଓ ଖେଳାଳି ମାନଙ୍କ ଉତ୍ସାହ ଖେଳକୁ ଦି ଗୁଣିତ କରିଥିଲା |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.