ଭାରତ ସରକାରଙ୍କ ଦ୍ୱାରା ଚିତ୍ରକଳା ବିଭାଗରେ ଫେଲୋସିପ ପାଇବାକୁ ମନୋନୀତ ହେଲେ ବାଲେଶ୍ଵରର ଶିଳ୍ପୀ ନିକୁଞ୍ଜ ବିହାରୀ ଦାସ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଚଳିତ ବର୍ଷ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ପ୍ରଦତ୍ତ ଚିତ୍ରକଳା ବିଭାଗରେ ଫେଲୋସିପ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ବାଲେଶ୍ଵରର ଶିଳ୍ପୀ ନିକୁଞ୍ଜ ବିହାରୀ ଦାସ। ପ୍ରତିବର୍ଷ ଭାରତ ସରକାରଙ୍କର ସଂସ୍କୃତି ବିଭାଗ ତରଫରୁ ପ୍ରତି ରାଜ୍ୟରେ ଥିବା ଶିଳ୍ପୀମାନଙ୍କୁ ସେମାନଙ୍କର ଚିତ୍ରକଳା, ଭାସ୍କର୍ଯ୍ୟ, ଫଟୋଗ୍ରାଫି, ବିଭାଗରୁ ବରିଷ୍ଠ ଫେଲୋସିପ ପ୍ରଦାନ କରାଯାଇଥାଏ। ସେହି କ୍ରମରେ ଚଳିତ ବର୍ଷ ଶିଳ୍ପୀ ନିକୁଂଜ ବିହାରୀ ଦାସ ଭାରତୀୟ ପରମ୍ପରାକୁ ନେଇ ଚିତ୍ର କରିବା ସହିତ ଓଡ଼ିଶାର ଚିତ୍ର ନବଗୁଂଜର ଉପରେ ଆଧାରିତ ବିଷୟବସ୍ତୁକୁ ନେଇ ନିଜର ନୂତନ ଶୈଳୀରେ ଚିତ୍ର କରିବାକୁ ଏବଂ ସେହି ଚିତ୍ରରେ ନୂତନତ୍ୱ ସୃଷ୍ଟି କରି ଓଡ଼ିଶାର ଚିତ୍ରକୁ ବିଶ୍ୱ ଦରବାରରେ ପହଞ୍ଚାଇବାର ପ୍ରୟାସକୁ ଜାରି ରଖିବା ପାଇଁ ଭାରତ ସରକାର ସଂସ୍କୃତି ବିଭାଗ ଦ୍ୱାରା ପ୍ରୋତ୍ସାହନ ପୂର୍ବକ ଶ୍ରୀ ଦାସଙ୍କୁ ବରିଷ୍ଠ ଫେଲୋସିପ୍ ପ୍ରଦାନ କରାଯାଇଛି। ନିକୁଂଜ ବିହାରୀ ଦାସଙ୍କର ବାସଗୃହ ଇଞ୍ଚୁଡ଼ି ଗ୍ରାମରେ ହୋଇଥିବା ବେଳେ ତାଙ୍କ ପିତା ସ୍ୱର୍ଗତ ଲାଲ ମୋହନ ଦାସ ମାତା ଶ୍ରୀମତୀ ସାବିତ୍ରୀ ମଣି ଦାସ ଅଟନ୍ତି। ସେ ସମ୍ପ୍ରତି ବାଲେଶ୍ଵର ଆର୍ଟ ଏଣ୍ଡ୍ କ୍ରାଫ୍ଟ କଲେଜର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.