ମହାପ୍ରଭୁଙ୍କ ନବଯୌବନ ଦର୍ଶନରେ ଭକ୍ତ ବିଭୋର
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ରୁପ୍ରାରୋଡ ସ୍ଥିତ ଜଗନ୍ନାଥ ମନ୍ଦିରରେ ମଙ୍ଗଳବାର ନେତ୍ରୋତ୍ସବ ଓ ନବଯୌବନ ବେଶ ଅନୁଷ୍ଠିତ ହୋଇଯାଇଛି। ମନ୍ଦିରରେ ନେତ ଲାଗି ସହ ଦିନ ତମାମ ବିଭିନ୍ନ ନିତି ସଂପନ୍ନ ହୋଇଥିଲା। ରୁପ୍ରାରୋଡ ଜଗନ୍ନାଥ ମନ୍ଦିରରେ ମୁଖ୍ୟ ଉଦ୍ୟୋକ୍ତା ଦିବଂଗତ ଡ଼ଃ ସାଧୁରାମ ଅଗ୍ରୱାଲଙ୍କ ସୁପୁତ୍ର ସୁନୀଲ କୁମାର ଅଗ୍ରୱାଲ ଓ ସୁମିତ କୁମାର ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତଥା ଆଶିର୍ବାଦଜୀ ମହାରାଜଙ୍କ ମାର୍ଗଦର୍ଶନରେ ତାଙ୍କ ସହଯୋଗୀ ବୃନ୍ଦ ଓ ମନ୍ଦିର ପୂଜକ ନିତି ସମ୍ପଦନ କରିଥିଲେ। ଅମିତ ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ ପାୟଲ, ଆଦେଶ ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ ନୂତନ, ସୁରେଶ ଅଗ୍ରୱଲ ଓ ତାଙ୍କ ଧର୍ମପତ୍ନୀ ତୁଳସୀ, ଚନ୍ଦ୍ରମୋହନ ରୋହିଳା ଓ ତାଙ୍କ ଧର୍ମପତ୍ନୀ ମଞ୍ଜୁ ପ୍ରମୁଖ କର୍ତ୍ତା ଦାଇତ୍ୱ ନିର୍ବାହ କରିଥିଲେ। ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଦେଖିବାକୁ ରୁପ୍ରାରୋଡ ବସ୍ତି ସମେତ ଅଞ୍ଚଳର ଶହଶ୍ରାଧିକ ଶ୍ରଦ୍ଧାଳୁ ସମବେତ ହୋଇଥିଲେ।





