ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକରେ ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଫଳରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ବନ୍ୟା ଜଳ ପ୍ରବାହିତ ହୋଇ ବହୁତ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଅନ୍ୟ ପକ୍ଷରେ ବାନେର ଠାରୁ ଲଡୁ ଗାଁ ପିଡବ୍ଳୁଡି ରାସ୍ତା କାର୍ଯ୍ୟ ଚିଲୁଥିବାରୁ ରେଙ୍ଗାଲପାଲି ଜୋର ଠାରେ ନିର୍ମାଣଧିନ ସେତୁ ଅସମ୍ପୂର୍ଣ୍ଣ ରହିଥିବାରୁ ଲଘୁଚାପ ଜନିତ ବର୍ଷାରେ ବନ୍ୟା ଆସିବାରୁ ଜୋରରେ ଘାଇ ସୃଷ୍ଟି ହେବା ଫଳରେ ବାନେର ଲଡୁ ଗାଁ ରାସ୍ତାରେ ଯାନ ବାହାନ ଚାଳାଚଳ ସମ୍ପୁର୍ଣ୍ଣ ଠପ୍ ହୋଇଯାଇଛି।ଯାହାରି ଫଳରେ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତା ଦେଇ ମୁଖିଗୁଡାରୁ ବିଶାଖାପାଟଣା ଯାଉଥିବା ବସ୍ ସେବା ମଧ୍ୟ ପ୍ରଭାବିତ ହୋଇଛି।





