ସୁରେନ୍ଦ୍ର ନାଥ ଜେନା ସ୍ମୃତି କମିଟି ପକ୍ଷରୁ ଥାଲାସେମିଆ ରୋଗୀଙ୍କ ପାଇଁ ଅନୁଷ୍ଠିତ ହେଲା ରକ୍ତଦାନ ଶିବିର

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ରକ୍ତ ଦାନ ଏକ ମହତଦାନ। ବୁନ୍ଦାଏ ରକ୍ତ ପାଇଁ ହସି ଉଠୁଥିବା ଜୀବନ ଲାଗି ରକ୍ତ ଦାନ କରିବା ନିହାତି ଦରକାର। ତୁମରି ରକ୍ତରେ କାହାର ଜୀବନ ବଞ୍ଚିଲେ, ସେ କର୍ମ ହେବ ତୁମର ଶ୍ରେଷ୍ଠ କର୍ମ। ଏହି ପରିପ୍ରେକ୍ଷୀରେ ଏହି ମହତ କାର୍ଯ୍ୟକୁ ରୂପରେଖ ଦେବା ଲାଗି ଆଜି ପ୍ରବଳ ବର୍ଷାରେ ପ୍ରତିକୂଳ ପାଗ ସତ୍ତ୍ୱେ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସୁରେନ୍ଦ୍ରନାଥ ଜେନା ସ୍ମୃତି କମିଟି ପକ୍ଷରୁ ବାଲେଶ୍ବର ଜିଲ୍ଲା ରକ୍ତ କେନ୍ଦ୍ରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

କମିଟିର ସଭାପତି ସାମାଜିକ କର୍ମୀ ତଥା ପରିବେଶବିତ୍ ସୁମନ୍ତ କୁମାର ଜେନା ଓ ସମ୍ପାଦିକା ସୁଲୋଚନା ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଶିବିରକୁ ପ୍ରାକ୍ତନ ମନ୍ତ୍ରୀ ତଥା ଜଳେଶ୍ଵର ବିଧାୟକ ଅଶ୍ଵିନୀ କୁମାର ପାତ୍ର ଓ ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ମିଳିତ ଭାବେ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ‌ ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଳ କୁମାର ଚକ୍ରବର୍ତ୍ତୀ, ସମାଜସେବୀ ତଥା ଯୁବନେତା ବିକ୍ରମ ପଣ୍ଡା, ଉପସଭାପତି ଲକ୍ଷ୍ମୀଧର ବାରିକ ଆଇନଜୀବୀ ସାଇରୁଲ ହକ୍, ଆଶ୍ରିତା ତରେଇ, ପ୍ରତିମା ପଣ୍ଡା, ସତ୍ୟେନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ବନ୍ୟା ସମୟରେ ଜିଲ୍ଲା ରକ୍ତ କେନ୍ଦ୍ରରେ ରକ୍ତର ଘୋର ଅଭାବକୁ କେନ୍ଦ୍ର କରି କମିଟି ପକ୍ଷରୁ ଏହି ଶିବିର ଆୟୋଜିତ ହୋଇଛି। ଏହା ସହିତ ଜିଲ୍ଲାରେ ଥାଲେସମିଆ ରୋଗରେ ଯେଭଳି କାହାରି ମୃତ୍ୟୁ ନ ହୁଏ ସେଥିପାଇଁ ଦୀର୍ଘ ବର୍ଷ ଧରି କମିଟି ପକ୍ଷରୁ ରକ୍ତଦାନ ଶିବିର ଆୟୋଜତି ହୋଇ ଆସୁଛି। ଏହି ଶିବିରରୁ ମୂଲ୍ୟବାନ ୪୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।

ରକ୍ତଦାନ ଅଭିଯାନ କ୍ଷେତ୍ରରେ ସହଯୋଗ ପାଇଁ ଏସୋସିଏଟ ପ୍ରୋଫେସର ଓମପ୍ରକାଶ ପଣ୍ଡା, ସ୍ଵେଚ୍ଛାସେବୀ ସୁଜିତ୍ କୁମାର ନାୟକ, ସମାଜସେବୀ ସୁଶାନ୍ତ ଧଳ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ସଦସ୍ୟ ଅଜୟ ବେହେରା, ବିଶ୍ଵଜିତ ମୁଦୁଲି, ମୃତ୍ୟୁଞ୍ଜୟ ବେହେରା, ଚନ୍ଦନ ବିଶ୍ଵାଳ ପ୍ରମୁଖ ସହଯୋଗ କରିଥିଲେ। ରକ୍ତଭଣ୍ଡାର କର୍ମକର୍ତ୍ତାମାନେ ରକ୍ତ ସଂଗ୍ରହ କରିଥିଲେ। ଶେଷରେ ଉପଦେଷ୍ଟା ‘ସମୟର ଚକ୍ର’ ସମ୍ପାଦକ ସର୍ବେଶ୍ଵର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.