ଜେ.ପି. ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ଯୁବ ସଂପର୍କ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସ୍ଥାନୀୟ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ସଭା କକ୍ଷରେ ଜାତୀୟ କ୍ରୀଡା ଦିବସ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଦୂରଭାଷ ଉଦ୍‌ବୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଦେଶ ନିର୍ମାଣରେ ଯୁବ ସହଭାଗୀତା ଓ କ୍ରୀଡା ବିକାଶରେ ଛାତ୍ରଛାତ୍ରୀମାନଙ୍କର ଯୋଗଦାନ ନିହାତୀ ଆବଶ୍ୟକ ବୋଲି କହିବା ସହିତ ଦେଶର କୋଣ ଅନୁକୋଣରେ ବିକଶିତ ଭାରତର ଯୁବ ସମ୍ପର୍କ, କ୍ରୀଡା ସସ୍କରଣ କାର୍ଯ୍ୟକ୍ରମରେ ସଂଶିଷ୍ଟ ହେବା ପାଇଁ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେଇଥିଲେ। ସମଗ୍ର ଭାରତ ବର୍ଷର ପ୍ରତ୍ୟେକ ଜିଲ୍ଲାର ଦୁଇଟି ଲେଖାଏଁ ଅନୁଷ୍ଠାନକୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସୁଯୋଗ ମିଳିଥିବା ବେଳେ ଭବାନୀପାଟଣାସ୍ଥିତ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟକୁ ଗ୍ରେଡ୍‌-ଏ ବାର୍ତ୍ତାଳାପ ପର୍ଯ୍ୟାୟରେ ରଖାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ରମେଶଚନ୍ଦ୍ର ପାଢୀ, ଜିଲ୍ଲା ଶାରିରୀକ ଶିକ୍ଷା ତାଲିମଦାତା ରୂପଧରସିଂହ ରାଉତ, କ୍ରୀଡାବିତ୍ ପ୍ରଦୀପ କୁମାର ଦାସ, ଶିକ୍ଷାବିତ୍ ଡ. ଅଜୟ କୁମାର ମିଶ୍ର ଯୋଗଦେଇଥିବା ବେଳେ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ କ୍ରୀଡା ଓ ସଂସ୍କୃତି ସଂଗଠକ ଜୟନ୍ତ କୁମାର ବେହେରା। କାର୍ଯ୍ୟକ୍ରମକୁ ଜିଲ୍ଲା ଏନ୍‌ଆଇସି ଅଧିକାରୀ ବିନୟ କୁମାର ଓ ସାଥି ବୈଷୟିକ ସହାୟତା କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମର ସଂପାଦନ କରିଥିଲେ ମହାବିଦ୍ୟାଳୟର ଏନ୍‌ଏସ୍‌ଏସ୍ ଅଧିକାରୀ ଅଧ୍ୟାପକ ପ୍ରତାପ ଚନ୍ଦ୍ର ଦାଶ। ମାଇ ଭାରତର ଜିଲ୍ଲା ଅଧିକାରୀ ବଂଶ ଶର୍ମା ସମସ୍ତ କାର୍ଯ୍ୟକ୍ରମର ତଦାରଖ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ୨୨୦ ଛାତ୍ରଛାତ୍ରୀ ଯୋଗଦାନ କରି ଖେଲ୍ କି ବାତ୍ ପିଏମ୍ ମୋଦି କେ ସାଥ୍‌ରେ ସିଧାସଳଖ ଭାବେ ଯୋଡି ହୋଇଥିଲେ। ଏହି ଅବସରରେ ନିଶାମୁକ୍ତି ସପଥପାଠ ଏବଂ ଜାତୀୟ ସଂଗୀତ ଗାନ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ପରମେଶ୍ୱର ମୁଣ୍ଡ ସମସ୍ତଙ୍କୁ ଏହାର ସଫଳତା ପାଇଁ କୃତଜ୍ଞତା ଜଣାଇଥିବା ବେଳେ ଶୁଭେନ୍ଦୁ କୁମାର ପାଢୀ, ସୁଶାନ୍ତ କୁମାର ଦାଶ ପ୍ରମୁଖ ଅଧ୍ୟାପକ ତଥା ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ସୁପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.