ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ରକ୍ଷା ବନ୍ଧନ ଉତ୍ସବ କୁ ନେଇ ଚଳ ଚଞ୍ଚଳ ହୋଇ ଉଠିଛି। ଚଳିତ ବର୍ଷ ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ପୂର୍ଣ୍ଣିମା ତିଥି ପଡୁଥିବାରୁ ଦୁଇଦିନ ଧରି ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହଉଛି। ଏହି କ୍ରମରେ ଗୁରୁବାର ଦିନ ଅନେକ ଭଉଣୀ ଭାଇ ମାନଙ୍କୁ ରାକ୍ଷୀ ବାନ୍ଧି ଥିବା ବେଳେ ଆଜି ମଧ୍ୟ ଅଧିକାଂଶ ଲୋକେ ପାଳନ କରୁଛନ୍ତି ରାକ୍ଷୀ। ଗୁରୁବାର ପୂର୍ବାହ୍ନ ୯.୪୦ ରୁ ପୂର୍ଣ୍ଣିମା ତିଥି ଲାଗୁ ହୋଇ ଶୁକ୍ରବାର ପୂର୍ବାହ୍ନ ୯.୨୦ ଯାଏଁ ପୂର୍ଣ୍ଣିମା ତିଥି ରହୁଥିବା ରୁ ଶାସ୍ତ୍ର ସମ୍ମତ ଏହି ନିର୍ଦ୍ଧାରିତ ସମୟ ମଧ୍ୟରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଛି। ରକ୍ଷା ବନ୍ଧନ ଉତ୍ସବ କୁ ନେଇ ଚଳ ଚଞ୍ଚଳ ହୋଇ ଉଠିଛି ନର୍ଲା। ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଦିନ ଠାରୁ ନର୍ଲା ଓ ନର୍ଲାରୋଡ ସହରରେ ରେ ୨୦ ରୁ ଉର୍ଦ୍ଧ୍ବ ରାକ୍ଷୀ ଷ୍ଟଲ ଖୋଲି ରଙ୍ଗ ବେରଙ୍ଗର ରାକ୍ଷୀ ଉପଲବ୍ଧ ହେଉଥିଲା। ଶୁକ୍ରବାର ଆଜି ସକାଳୁ ନର୍ଲା ଜଗନ୍ନାଥ ମନ୍ଦିର, ନର୍ଲା ଓ ନର୍ଲାରୋଡ ଶିବ ମନ୍ଦିରରେ ଠାକୁର ମାନଙ୍କ ଠାରେ ରାକ୍ଷୀ ପୂଜା ହୋଇଥିବା ଜଣାପଡିଛି। ନର୍ଲା ର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଗୁରୁକୁଳ ନର୍ସିଂ ସେଣ୍ଟର ପ୍ରମୁଖ ଅନୁଷ୍ଠାନ ଗୁଡିକରେ ଆଡମ୍ବର ସହକାରେ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଥିବା ଜଣାପଡିଛି। ଭାଇ ଭଉଣୀଙ୍କ ପବିତ୍ର ସ୍ନେହ ବନ୍ଧନର ପର୍ବ ରକ୍ଷା ବନ୍ଧନ ଅବସରରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ବିଡିଓ ବିପିନ ବିହାରୀ ଦୀପ ଅଞ୍ଚଳ ବାସୀ ଜନ ସାଧାରଣଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି।






