ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ସକାଳ ପ୍ରାୟ ସାଢେ ୮ଟା ବେଳେ କଲମପୁର ଥାନା ମୀନଗୁର ବଡ କୁଟୁ ଆର.ଡି ରାସ୍ତାର ମୀନଗୁ ର ନିକଟରେ ଘଟିଛି ଏକ ମର୍ମଦ ସଡକ ଦୁର୍ଘଟଣା। ଏକ ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ଜଣେ ବାଇକ ଚାଳକଙ୍କ ଶୋଚନୀୟ ମୃତ୍ୟୁ ଘଟିବା ଭଳି ଅଭାବନୀୟ ଘଟଣା କଲମପୁର ଥାନା ଅଂଚଳରେ ଆଲୋଡନ ସୃଷ୍ଟି କରିଛି। ସୂଚନା ଅନୁସାରେ ମୀନଗୁର ଗ୍ରାମର ଇନଦାଦ ମହମ୍ମଦ ନାମକ ଜନୈକ ବାକ ଶକ୍ତି ହୀନ ଦିବ୍ୟାଙ୍ଗ ଯୁବକ ଏକ ବାଇକ ଯୋଗେ କୁକୁଡା ବୋଝେଇ କରି ଏକ ବାଇକ ଯୋଗେ ବଡ କୁଟୁ ର ଜନୈକ ଦୋକାନୀକୁ ନେଇ ଦେଉଥିବା ବେଳେ ବିପରୀତ ଦିଗରୁ ବାଲି ବୋଝେଇ କରି କ୍ଷୀପ୍ର ଗତିରେ ଆସୁଥିବା ଏକ ନମ୍ବର ବିହୀନ ମହିନ୍ଦ୍ରା ଟ୍ରାକ୍ଟର ଇନ୍ଦାଦ ର ବାଇକ କୁ ଧକ୍କା ଦେଇଥିଲା। ଏହାସହ ରାସ୍ତା ଉପରେ ବାଲି ବୋଝେଇ ହୋଇଥିବା ଟ୍ରାକ୍ଟର ଟ୍ରଲି ଓଲଟି ପଡିଥିଲା। ଇନଦାଦ ରାସ୍ତାକଡରେ ଛିଟିକି ପଢି ଗୁରୁତର ହେଇଥିଲା। ଏନେଇ ସ୍ଥାନୀୟ ଲୋକେ ଇନଦାଦ ର ପରିବାର ଲୋକକୁ ସୂଚନା ଦେବା ପରେ ପରିବାର ଲୋକ ଦୁର୍ଘଟଣା ସ୍ଥଳରେ ପହଂଚି ଗୁରୁତର ଇନଦାଦ କୁ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ସେତେବେଳକୁ ଇନଦାଦ ର ମୃତ୍ୟୁ ଘଟି ସାରିଥିଲା। ଏନେଇ ଦାଇତ୍ବ ରେ ଥିବା ଡାକ୍ତର ଘୋଷଣା କରିବା ସହ କଲମପୁର ଥାନାକୁ ସୂଚନା ଦେଇଥିଲେ। ପୁଲିସ ଦୁର୍ଘଟଣା ସ୍ଥଳରେ ପହଂଚି ଉଭୟ ଟ୍ରାକ୍ଟର ଏବଂ ବାଇକକୁ ଜବତ କରିଥିବା ବେଳେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଂଚି ଶବ ଜବତ କରିଛନ୍ତି।






