ଲାଞ୍ଜିଗଡ଼ ପଞ୍ଚାୟତ ସମିତିର ୧୩ତମ ସାଧାରଣ ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ପଞ୍ଚାୟତ ସମିତିର ୧୩ତମ ସାଧାରଣ ବୈଠକ ବିଶ୍ୱନାଥପୁରସ୍ଥିତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପରିସରରେ ଆୟୋଜିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା କମଳା ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବିଡିଓ ଶଶାଙ୍କ ପାତ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଅତିଥି ଭାବେ ଲୋକସଭା ସାଂସଦଙ୍କ ପ୍ରତିନିଧି ଭାବେ ନରେନ୍ଦ୍ର ବେହେରା, ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ଅତିରିକ୍ତ ତହସିଲଦାର ସତ୍ୟବ୍ରତ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ଦୀପ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ସଭା ପ୍ରାରମ୍ଭରେ ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିବା ସହିତ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ବନାଞ୍ଚଳ ଅଧିକାରୀ ନରୋତ୍ତମ ମାଝୀ, ଗୋଷ୍ଠୀ ଶିକ୍ଷାଧିକାରୀ ଋଷିଆ ମେହେର, ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ଦଶମତ ମାଝୀ, କନିଷ୍ଠ ଯନ୍ତ୍ରୀ ଭଜଗୋବିନ୍ଦ ହାଁସଦା, ଚନ୍ଦନ କୁମାର ସିଂହ, ବ୍ଲକ ଯୋଗାଣ ଅଧିକାରୀ ଦିଲୀପ ନାୟକ, ସାମାଜିକ ସୁରକ୍ଷା ଅଧିକାରୀ ଅରବିନ୍ଦ ମହାପାତ୍ର, ଅତିରିକ୍ତ କୃଷି ଅଧିକାରୀ ଭାଗ୍ୟଶ୍ରୀ ମେହେର, ମଙ୍ଗଳ ଅଧିକାରୀ ଶ୍ୟାମସୁନ୍ଦର ନାଏକ ଯୋଗ ଦେଇଥିଲେ।

ସେହିପରି ଉଦ୍ୟାନ ବିଭାଗ ଅଧିକାରୀ ଅନନ୍ତ ନାରାୟଣ ପଣ୍ଡା, ପ୍ରାଣୀ ସମ୍ପଦ ଅଧିକାରୀ ଡା. ସୁଜିତ ଶତପଥି, ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ମନୋଜ ସାହୁ, ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଅସିତ ଖଟୁଆ, ଟିପିଡବ୍ଲ୍ୟୁଡିଏଲ କନିଷ୍ଠ ଯନ୍ତ୍ରୀ ଛବି କୁମାର ସାହୁ, ସ୍ୱାସ୍ଥ୍ୟ ବିଭାଗର ମାନସ ରଞ୍ଜନ ସ୍ୱାଇଁ, ଦିବାକର ପ୍ରଧାନଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ। ଏହି ଅବସରରେ ବ୍ଲକର ୨୬ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଦସ୍ୟମାନେ ଯୋଗଦେଇ ଆଲୋଚନାରେ ସକ୍ରିୟ ଭାଗ ନେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବ୍ଲକ ପ୍ରଶାସନର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଶେଷରେ ପଞ୍ଚାୟତ ଅଧିକାରୀ କୁଳମଣି ସିଂ ରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.