ବେହେରା କଲେଜରେ ନିଶାମୁକ୍ତ ଅଭିଯାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଲଖିରାମ ଅଗ୍ରଓ୍ବାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବେହେରା ଠାରେ କୋକସରା ଥାନାଧିକାରୀ ଡମ୍ବରୁଧର ବତରିଆଙ୍କ ତତ୍ତ୍ଵାବଧାନରେ ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଯୁବାବସ୍ଥା ହେଉଛି ଜୀବନର ସ୍ୱପ୍ନ ଦେଖିବା ଓ ସେହି ସ୍ୱପ୍ନକୁ ସାକାର କରିବାର ସୁବର୍ଣ୍ଣ ସମୟ। କିନ୍ତୁ ନିଶା ଅଭ୍ୟାସ ଏହି ସୁନ୍ଦର ଭବିଷ୍ୟତକୁ ବିପଥଗାମୀ କରିପାରେ। ନିଶା କେବଳ ଶରୀର ଓ ମନକୁ କ୍ଷତି କରେ ନାହିଁ, ଏହା ଶିକ୍ଷା, ପରିବାର, ସମ୍ପର୍କ ଓ ଭବିଷ୍ୟତ ଲକ୍ଷ୍ୟକୁ ମଧ୍ୟ ପ୍ରଭାବିତ କରେ। ତେଣୁ ନିଶାର ପ୍ରଲୋଭନକୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରନ୍ତୁ। ଖେଳ, ସାହିତ୍ୟ, ସଂସ୍କୃତି, ସେବା ଓ ଜ୍ଞାନଚର୍ଚ୍ଚାରେ ନିଜକୁ ନିୟୋଜିତ କରନ୍ତୁ। ନିଜେ ନିଶାମୁକ୍ତ ରୁହନ୍ତୁ ଏବଂ ସାଙ୍ଗସାଥୀଙ୍କୁ ମଧ୍ୟ ନିଶାରୁ ଦୂରେ ରହିବାକୁ ପ୍ରେରଣା ଦିଅନ୍ତୁ। ନିଶାକୁ ନା କହିବା, ସୁନ୍ଦର ଭବିଷ୍ୟତକୁ ହଁ କହିବା ବୋଲି ବକ୍ତାମାନେ ମାର୍ଗଦର୍ଶନ କରିଥିଲେ। ଏହାପରେ ଉପସ୍ଥିତ ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ନିଶାମୁକ୍ତ ସୁସ୍ଥ ସମାଜ ଗଠନ ନେଇ ଶପଥ ପାଠ କରିଥିଲେ। ଏହି ଅବସରରେ ଅଧ୍ଯକ୍ଷ ନିର୍ମଳ ଚନ୍ଦ୍ର ନାଏକ, ଥାନା ଏସ ଆଇ ଧର୍ମୁଳା ମୋହନ, ଅଧ୍ୟାପକ ରଞ୍ଜନ କୁମାର ପଣ୍ଡା,ନିକୁଞ୍ଜ ବିହାରୀ ସାହୁ, ଅକ୍ଷୟ କୁମାର ପଟ୍ଟନାୟକ, ଯୁବ ରେଡକ୍ରସ୍ ପରାମର୍ଶଦାତା ମୋହନ ଚରଣ ବିଷି, ସୁରେନ୍ଦ୍ର କୁମାର ସାହୁ , ଫକିର ଚଣ୍ଡି, ସାନୁର୍ଯ୍ୟ ଗୋପାଳ, ହାବିଲଦାର ପୂର୍ଣ୍ଣଚନ୍ଦ୍ର ନାଏକ, ଗ୍ରାମରକ୍ଷୀ ଭୋଲାରାମ ଭରତିଆ ପ୍ରମୁଖ ଉପସ୍ଥିତ ଥିଲେ। ଯୁବ ରେଡକ୍ରସ୍ ର ସ୍ବେଚ୍ଛାସେବୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.