ରାତି ଅଧରେ ଚାଲିଛି ‘ଆମ ହସ୍ପିଟାଲ ଯୋଜନା’ କାର୍ଯ୍ୟ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ରାଜ୍ୟ ସରକାରଙ୍କ ଆମ ହସ୍ପିଟାଲ ଯୋଜନାର କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭିତ୍ତିଭୂମିର ବିକାଶ ତଥା ରୁପାନ୍ତରୀତ କାର୍ଯ୍ୟ ଜାରି ରହିଛି। ହେଲେ ଏହି ବିକାଶମୂଳକ କାର୍ଯ୍ୟରେ ଆରମ୍ଭ ନିମ୍ନମାନର ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଥିଲେ। ଏହାପରେ ବ୍ଳକ ଉପାଧ୍ୟକ୍ଷ ଓ ଧର୍ମଗଡ଼ ବିଧାୟକ କାର୍ଯ୍ୟ ତଦାରଖ କରି ଠିକା ସଂସ୍ଥା ଓ ଅଧିକାରୀଙ୍କୁ ତାଗିଦ୍ କରିଥିଲେ। ଠିକା ସଂସ୍ଥା ପାକ୍ଷରୁ ଉନ୍ନତ ମାନର କାର୍ଯ୍ୟ କରିବା ପାଇ ସେହି ସମୟରେ କହିଥିଲେ। ପରେ କିଛି ଦିନ ପାଇଁ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଥିଲା। ବର୍ତ୍ତମାନ କିନ୍ତୁ ଠିକା ସଂସ୍ଥା ପକ୍ଷରୁ ମନମାନି ଭାବରେ କାମ କରିବା ସହ ରାତି ଅଧିଆ କାମ କରୁଥିବା ଦେଖିବାକୁ ମିଳୁଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ କାର୍ଯ୍ୟର ସ୍ଥାୟୀତ୍ବକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁର୍ବରୁ ଠିକା ସଂସ୍ଥା ବାଲି ପକାଇବା ସ୍ଥାନରେ ମାଟି ପକାଇ ବିବାଦ ଘେରକୁ ଆସିଥିଲା। ଏପଟେ କାର୍ଯ୍ୟ ତଦାରଖ ଦାୟିତ୍ବରେ ଥିବା ବିଭାଗୀୟ କୌଣସି ଅଧିକାରୀଙ୍କ ମଧ୍ୟ ଦେଖା ଦର୍ଶନ ମିଳୁନାହିଁ। ଅନ୍ୟପଟେ ବିଧାୟକଙ୍କ ତାଗିଦ୍ ମଧ୍ୟ ଠିକା ସଂସ୍ଥା ଉପରେ କୌଣସି ଫରକ୍ ପଡୁ ନଥିବାରୁ ଲୋକେ ଭିନ୍ନଭିନ୍ନ ଆଲୋଚନା କରୁଛନ୍ତି। ସୂଚନା ଅନୁଯାୟୀ, ଆମ ହସ୍ପିଟାଲ ଯୋଜନାର ଏହି ବିକାଶମୂଳକ କାର୍ଯ୍ୟ ନିମନ୍ତେ ୪ କୋଟି ୯ ଲକ୍ଷ ୩୬ ଲକ୍ଷ ବ୍ୟୟବରାଦ ହୋଇଥିବା ଜଣାପଡିଥିବା ବେଳେ କାର୍ଯ୍ୟ ସ୍ଥଳରେ କୌଣସି ସୂଚନା ଫଳକ ମଧ୍ୟ ଲଗାଯାଇ ନାହିଁ। ଯାହା ସରକାରୀ ନିତୀ ନିୟମର ଧଜ୍ଜିୟା ଉଡ଼ାଇ ଥିବା ଚର୍ଚ୍ଚା ଭିତରେ ମେଡିକାଲ ଭଲି ଗୁରୁତ୍ୱପୂର୍ଣ୍ଣ ବିଭାଗର ନିର୍ମାଣ କାର୍ଯ୍ୟରେ ମନମାନି ଓ ନିମ୍ନମାନର କାର୍ଯ୍ୟ ଜନ ଅସନ୍ତୋଷ ବୃଦ୍ଧି କରିଛି। ଏନେଇ ଦାୟିତ୍ଵରେ ଥିବା ଯନ୍ତ୍ରୀଙ୍କ ପ୍ରତିକ୍ରିୟା ନେବାରୁ ରାତିରେ କାମ ହେବା କଥା ନୁହେଁ ଏନଟିପିସି ର ଯନ୍ତ୍ରୀଙ୍କୁ ପଚାରନ୍ତୁ ବୋଲି ଅତି ହାଲୁକା ଭାବରେ କହିଥିଲେ।।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.