ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡସ୍ଥିତ ଡ଼ିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ପ୍ରାକୃତିକ ପରିବେଶ ମଧ୍ୟରେ ଭାରତର ମହାନ ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସକୁ “ଜାତୀୟ କ୍ରୀଡା ଦିବସ” ରୂପେ ପାଳିତ ହୋଇଯାଇଛି ।ଏହି ମହୋତ୍ସବର ମୁଖ୍ୟ ଅତିଥି ଭାବରେ ଡ଼ିଏଭିର ମହାନ ଶିକ୍ଷlବିତ ତଥା ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଚିନ୍ମୟ ମହାପାତ୍ର ଓ ସମ୍ମାନିତ ଅତିଥି ରୂପେ ଲାଲା ଲାଜପତ ରାୟ ଡ଼ିଏଭି ଅଧ୍ୟକ୍ଷା ଶ୍ରୀମତୀ ନିହାରିକା ଗନ୍ତାୟତ ଓ ଡ଼ିଏଭି ପବ୍ଲିକ ସ୍କୁଲ ବସୁନ୍ଧରାର ଅଧ୍ୟକ୍ଷ ଶ୍ରୀ ରଞ୍ଜନ କୁମାର ପଟେଲ ଯୋଗ ଦେଇ ଉତ୍ସବ ଟିର ସମ୍ମାନ ବଢ଼ାଇ ଥିଲେ । ତେବେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମେଜର ଧ୍ୟାନଚାନ୍ଦ ଙ୍କ ପ୍ରତିମୂର୍ତ୍ତି ରେ ଦୀପ ପ୍ରଜ୍ଜ୍ୱଳନ ଓ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ସର୍ବେଶ୍ୱର ଭୁଜବଳ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀ ମାନଙ୍କୁ ଶାରୀରିକ ପରିଶ୍ରମ ସହ କ୍ରୀଡା କ୍ଷେତ୍ରରେ ନିଜର ପରିଦର୍ଶିତା ପ୍ରଦର୍ଶନ କରିବାକୁ ପ୍ରେରଣା ଦେଇଥିଲେ । ପୁଣି ସମ୍ମାନିତ ଅତିଥି ଶ୍ରୀମତୀ ଗନ୍ତାୟତ ମହୋଦୟା ବିଦ୍ୟାର୍ଥୀ ମାନଙ୍କୁ ଆଗ୍ରହ, ଶୃଙ୍ଖଳା ଓ ଅଧ୍ୟବସାୟ ହେଉଛି ସଫଳତାର ମୂଳମନ୍ତ୍ର ବୋଲି ପ୍ରେରଣା ଦେଇଥିଲେ।ଏ ଉପଲକ୍ଷେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ମିନି ମାରାଥନର ଆୟୋଜିତ ହୋଇଥିଲା।ଉକ୍ତ ଉତ୍ସବର ଆୟୋଜିକା ଥିଲେ ଶିକ୍ଷୟିତ୍ରୀ ଶିଳ୍ପୀ ଲାହା ଏବଂ ଉତ୍ସବଟିକୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ଶ୍ରୀ ସୁଶାନ୍ତ କୁମାର ମେହେର।





