ରାୟଗଡ଼ା ଜିଲ୍ଲା କଳାକାର ମହାସଂଘ ପକ୍ଷରୁ ଆମ କଳାକାର CTMS 2.O ରେ ସାଂସ୍କୃତିକ ଦଳ ପଞ୍ଜୀକରଣ ନିମନ୍ତେ ସହାୟତା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସାଂସ୍କୃତିକ ଦଳଗୁଡ଼ିକର ନିୟୋଜନ ବ୍ୟବସ୍ଥା କରି କଳାକାରଙ୍କ ଆର୍ଥିକ ସ୍ଥିତି ସୃଦୃଢ଼ କରିବା ଉଦ୍ଦେଶ୍ୟରେ ଵିଭାଗ ପକ୍ଷରୁ ୧୬/୦୮/୨୦୨୬ ରୁ ଆମ କଳାକାର CTMS ୨.O ୱେବ୍ ସାଇଟ୍ ରେ ସାଂସ୍କୃତିକ ଦଳ ପଞ୍ଜୀକରଣ ପ୍ରକ୍ରିୟା ଚାଲୁ ରହିଛି। ଏହି ଅବସରରେ ରାୟଗଡାର ସ୍ଥାନୀୟ ନ୍ୟୁ ଟାଉନ୍ ପୂଜା କମିଟି କମ୍ୟୁନିଟୀ ହଲ୍ ଠାରେ ରାୟଗଡ଼ା ଜିଲ୍ଲା କଳାକାର ମହାସଂଘ ପକ୍ଷରୁ ସହାୟତା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ ଯୋଗ ଦେଇ ପଞ୍ଜୀକରଣ କରିବା ବାବଦରେ ଵିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ ଏବଂ କମ୍ ସମୟ ଭିତରେ ଅନେକ କଳାକାର ପଞ୍ଜୀକରଣ ରୁ ବାଦ୍ ହେବା ଆଶଙ୍କା ରେ ଅଧିକ ଦିନ ପଞ୍ଜୀକରଣ ଅବଧି ବୃଦ୍ଧି କରିବାକୁ ବିଭାଗକୁ ଜଣାଇଥିବା ସୁଚନା ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜଣାଶୁଣା ସୁପରିଚିତ ହାସ୍ୟକାର ଅଭିନେତା ପ୍ରଭାକର ମିଶ୍ର ଯୋଗ ଦେଇ ନିଜର ଅଭିଭାଷଣ ରେ ଲୋକକଳା କଳାକାର ଙ୍କୁ ଉଚ୍ସାହିତ କରିଥିଲେ। ରାୟଗଡ଼ା ଜିଲ୍ଲା କଳାକାର ମହାସଂଘ ର ସଭାପତି ସନ୍ତୋଷ କୁମାର ବଛା ଓ ସମ୍ପାଦିକା ପ୍ରିୟଦର୍ଶନୀ ହୁଇକା ପଞ୍ଜୀକରଣ ପ୍ରକ୍ରିୟା କୁ ନେଇ ପ୍ରଶିକ୍ଷଣ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ମହାସଂଘର ବିଭିନ୍ନ ବ୍ଲକ୍ ସଭାପତି, ସମ୍ପାଦକ, ନୃତ୍ୟ ଦଳ ମୁଖ୍ୟ ଓ ଅନେକ କଳାକାର ପ୍ରମୁଖ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.