ବନ୍ୟାପ୍ରଭାବିତ କୋଟପାଡ଼ ଅଞ୍ଚଳ ପରିଦର୍ଶନ କଲା କଂଗ୍ରେସ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): କୋଟପାଡ଼ ବ୍ଲକ୍‌ର ବିଭିନ୍ନ ବନ୍ୟାପ୍ରଭାବିତ ଅଞ୍ଚଳକୁ ଆଜି କଂଗ୍ରେସର ଏକ ପ୍ରତିନିଧି ଦଳ ପରିଦର୍ଶନ କରିଛି। ଏହି ଅବସରରେ ଦଳୀୟ ନେତାମାନେ ବନ୍ୟା ଯୋଗୁଁ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଦୁର୍ଦ୍ଦଶା ସମ୍ପର୍କରେ ଅବଗତ ହୋଇଥିଲେ। ବିଶେଷକରି ଯାତାୟାତ, ରିଲିଫ୍‌, ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ସମ୍ପର୍କରେ ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଇଥିଲା।

ପରିଦର୍ଶନରେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ରୂପକ ତୁରୁକ୍‌, ପୂର୍ବତନ ମାଲକାନଗିରି ବିଧାୟକ ନିମାଇ ସରକାର, କୋଟପାଡ଼ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅନାମ ଦିଆନ, ବ୍ଲକ୍ ସଭାପତି ଘନଶ୍ୟାମ ବିଶୋଇ, ବରିଷ୍ଠ ନେତା ମନହୋର ବିଶୋଇ, କୋଟପାଡ଼ ଟାଉନ୍ ସଭାପତି ମଣି ପ୍ରସାଦ ପଟ୍ଟନାୟକ, ବରିଷ୍ଠ ନେତା ବାପୁନ୍ ତ୍ରିପାଠୀ ଓ ଶଙ୍କର ପ୍ରସାଦ ପଣ୍ଡାଙ୍କ ସମେତ ବହୁ ଯୁବ କଂଗ୍ରେସ କର୍ମୀ ଓ ଜିଲ୍ଲାସ୍ତରୀୟ ନେତା ଉପସ୍ଥିତ ଥିଲେ।


ବନ୍ୟା ଭଳି ଦୁର୍ଦ୍ଦିନ ସମୟରେ ଲୋକଙ୍କ ପାଖରେ ଠିଆ ହୋଇ ସେମାନଙ୍କ ସମସ୍ୟା ଶୁଣିବା ସହ ଆବଶ୍ୟକ ସହଯୋଗ ପାଇଁ ପ୍ରଶାସନ ନିକଟରେ ସ୍ୱର ଉଠାଯିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ରୂପକ ତୁରୁକ୍ କହିଛନ୍ତି। ଦୁଃଖର ଏହି ସମୟରେ କଂଗ୍ରେସ ଲୋକଙ୍କ ସହିତ ଅଛି ଏବଂ ଆଗକୁ ମଧ୍ୟ ଲୋକଙ୍କ ସମସ୍ୟା ଓ ଅଧିକାର ପାଇଁ ଲଢ଼େଇ ଜାରି ରଖିବ ବୋଲି ସେ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.