ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲପାଲି ଗ୍ରାମ ପଞ୍ଚାୟତ ଅଧୀନ ଥିବା କାଦୋଗୁଡା ଠାରୁ ଉଚ୍ଚଳା ନୂଆଗୁଡାକୁ ସଂଯୋଗ କରୁଥିବା ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇଥିବା ବେଳେ ଗ୍ରାମ ପଞ୍ଚାୟତ ଅଧିକାରୀ କିମ୍ବା ବ୍ଳକ ପ୍ରଶାସନ ର ଦୃଷ୍ଟି ପଡୁନାହିଁ। ଯାହାରି ଫଳରେ କାଦୋଗୁଡା ଗ୍ରାମ ପ୍ରଭାବିତ ହେବା ସହିତ ଆଖପାଖ ଗାଁ ଲୋକେ ବର୍ଷା ଦିନ ଆସିଲେ ବହୁତ ଅସୁବିଧାର ସମ୍ମୁଖୀନ। ଏହି ରାସ୍ତା ଦେଇ ବଡ ଯାନ ଯାତାୟତ କରିବା ଦୁରର କଥା ଏହି ରାସ୍ତା ଦେଇ ଦୁଇ ଚକିଆ ଯାନ ଯାତାୟତ କରିବା ରେ କଷ୍ଟ ସାଧ୍ୟ ହୋଇପଡି। ବିଶେଷ କରି ବର୍ଷା ଦିନ ଆସିଲେ ରାସ୍ତା ଖାଳଖମା ରେ ବର୍ଷା ଜଳ ଜମା ହେଇଯିବାରୁ ଲୋକ ମାନେ ରାସ୍ତା ଦେଇ ଯାତାୟତ କରିବା କୁ ଭୟ କରୁଛନ୍ତି। ଉଚ୍ଚଳା ଗ୍ରାମ ପଞ୍ଚାୟତ ର ନୂଆଗୁଡା ଠାରେ ବହୁତ ଗୁରୁତ୍ବପୁର୍ଣ କାର୍ଯ୍ୟାଳୟ ଯଥା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ, ଉପକୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ ସରକାରୀ ଆବାସିକ ବିଦ୍ୟାଳୟ,, ସରକାରୀ ଉଚ୍ଚବିଦ୍ୟାଳୟ, ବଜାର ବ୍ୟବସ୍ଥା ଥିବାରୁ ଛାତ୍ର ଛାତ୍ରୀ,ଚାଷୀ, ରୋଗୀ ଏବଂ ଦୈନନ୍ଦିନ କାର୍ଯ୍ୟ ରେ ଯାତାୟତ କରୁଥିବା ଲୋକମାନେ ହଇରାଣ ହେଉଥିବା ଦେଖିବାକୁ ମିଳିଛି। ଏହି ରାସ୍ତା ବିଷୟ ରେଙ୍ଗାଲ ପାଲି ଗ୍ରାମ ପଞ୍ଚାୟତ ସରପଞ୍ଚ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୟପାଟଣା, ଜୟପାଟଣା ବ୍ଲକ ହୋଇଥିବା ଅଭିଯୋଗ ଶୁଣାଣୀ ଶିବିର ବାରମ୍ବାର ଅଭିଯୋଗ, ତଥା ସ୍ଥାନୀୟ ବିଧାୟକ ଙ୍କୁ ଅଭିଯୋଗ କରିବା ସତ୍ତ୍ୱେ ସୁଫଳ ମିଳୁ ନ ଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି।ଏଥି ପ୍ରତି ସ୍ଥାନୀୟ ପଞ୍ଚାୟତ ଅଧିକାରୀ ବ୍ଳକ ପ୍ରଶାସନ ଦୃଷ୍ଟି ଦେଇ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ କରିବା ପାଇଁ ସାଧାରଣ ଜନତା ତଥା ବୁଦ୍ଧିଜୀବି ଦାବି କରିଛନ୍ତି।





