ଓଡ଼ିଆ ବାର୍ତ୍ତା/ ସଇଁତଳା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଟିକ୍ରାପଡ଼ା ସ୍ଥିତ ଶିଶୁ ସୈନିକ ବିଦ୍ୟାଳୟରେ ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆଙ୍କ ଅଧ୍ୟକ୍ଷତା ଓ ଛାତ୍ରୀ ଅମ୍ରିତା ରାଜପଲିଆଙ୍କ ସଂଯୋଜନାରେ ଗୁରୁ ଦିବସ ପାଳିତ ହୋଇଯାଇଛି। ଝିଙ୍କିଡୁଙ୍ଗୁରି ସିଆରସିସି ଜୟଶଙ୍କର ଶତପଥି ମୁଖ୍ୟ ଅତିଥି, ବିଦ୍ୟାଳୟ ପରିଚାଳନା ସମିତି ସମ୍ପାଦକ ଅନ୍ତର୍ଯ୍ୟାମୀ ରାଜପଲିଆ, ଅଭିଭାବକ ଜଗମୋହନ ବୈଠାରୁ, ଶିକ୍ଷୟିତ୍ରୀ ଶ୍ଵେତାରାଣୀ ସାହୁ, ଭାର୍ଗବୀ ରାଜପଲିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ଦେଇଥିଲେ। ଶିକ୍ଷୟିତ୍ରୀ ଯଶୋବନ୍ତି ଚନ୍ଦନ ଅତିଥି ପରିଚୟ ପ୍ରଦାନ କରିଥିଲେ। ଲତିକା କଲେତ, ଚୁମକି ଦୀପ, ବର୍ଷାରାଣୀ ବୁଡ଼େକ ଗୁରୁ ବନ୍ଦନା ଗାନ କରିଥିଲେ। ଦିବ୍ୟାରାଣୀ ହିଆଲ, ପ୍ରତୀକ୍ଷା ନାଗ, ଅଦିତି ରାଜପଲିଆ, ରୁତ୍ୱୀକା ରାଜପଲିଆ, ଆରୋଷ ବାଗ, ପରିତୋଷ ନାଏକ, ଶୁଭମ ବାରିକ, ଆରୋହୀ ରାଜପଲିଆ, ତୃପ୍ତିମୟୀ ମେହେର, ପ୍ରିତମ କଇଣ୍ଡା, ଯୋଗମୟ ବାଗ, ଅର୍ପିତା ପୁଟେଲ, ଜାଗୃତି ରାଜପଲିଆ, ଦୁର୍ବାଦଳ ସାହୁ, ୟଶରାଜ ଧରୁଆ, ଆୟୁଷ୍ମାନ ମେହେର, ଆଦିତ୍ୟ ରାଜପଲିଆ, ଆଦ୍ୟାଂଶା ବନଛୋର, ଅମ୍ଲାନ ମୁଦୁଲି, ପ୍ରମୁଖ ଛାତ୍ରଛାତ୍ରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶିକ୍ଷୟିତ୍ରୀ ବୈଜୟନ୍ତି ରାଜପଲିଆ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷୟିତ୍ରୀ ସଙ୍ଗୀତା ବାଗ, ସାବିତ୍ରୀ ରାଜପଲିଆ, ଶିକ୍ଷକ ଦିଲ୍ଲୀପ ମିର୍ଦ୍ଧା, ମୁରଲୀ ହାତୀଖୁଜିଆ, ପ୍ରହ୍ଲାଦ ସିନ୍ଧ୍ରୀଆ, ସମୀର ଖର୍ସେଲ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।





