ଦକ୍ଷିଣ ଓଡିଶା ଉନ୍ନୟନ ପରିଷଦ ବୈଠକ

ରାୟଗଡ,୧୦/୯/୧୯: ରାୟଗଡ ସହର ସ୍ଥିତ ଲାୟନ୍ସ କ୍ଲବ ଠାରେ ଦକ୍ଷିଣ ଓଡିଶା ଉନ୍ନୟନ ପରିଷଦର ରାଜ୍ୟ ସଭାପତି ଭୃଗୁ ବକ୍ସିପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପରିଷଦର ଗାନ୍ଧୀ ଚୈାଧୁରୀ, ପ୍ରଫେସର ବି.ଏସ.ପାତ୍ର, ବିଜୟଚନ୍ଦ୍ର ଅଧିକାରୀ, ପ୍ରଫେସର ରାମଚନ୍ଦ୍ର ମିଶ୍ର ଓ ଇଂ.ଏନ.ବେଣୁ ଗୋପାଳ ଚୈାଧୁରୀ ପ୍ରମଖଙ୍କ ସହ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହିଥିଲେ । ବୈଠକରେ ରାୟଗଡ ଜିଲ୍ଳାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଯଥା ରାୟଗଡ ନୂତନ ରେଳବାଇ ଡିଭିଜନ କାର୍ଯ୍ୟକୁ ଯଥାଶୀଘ୍ର ଆରମ୍ଭ କରିବା, ହୀରାଖଣ୍ଡ ଏକ୍ସପ୍ରେସର ନୂତନ ନାମକରଣ କରିବା, ଓୟୁଏଟି ରାଜ୍ୟ କୃଷି ଓ ବୈଷୟିକ ବିଦ୍ୟାଳୟର ଏକ ଶାଖା ରାୟଗଡରେ ଏକ କେନ୍ଦ୍ର ପାଇଁ ଦାବି କରିବା, ଝୋଡିଆ, କନ୍ଧ ଦୋରାମାନଙ୍କୁ ଆଦିବାସୀ ମାନ୍ୟତା ପାଇଁ ଉପେକ୍ଷିତ କରାଯାଉଥିବା ଓ ଜୈବିକ ପଦ୍ଧତିରେ ଚାଷର ଉନ୍ନତିକରଣ କରିବା ଆଦି ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ସେହିପରି ଏହି କାର୍ଯ୍ୟକ୍ରମରେ ନୂତନ ଭାବେ ୧୨ଜଣ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିବା ବେଳେ ସଭାପତି ଭାବେ ଦୁଷ୍ମନ୍ତ କୁମାର ମହାନ୍ତି, ଉପସଭାପତି ଭାବେ ସୁଶାନ୍ତ କୁମାର ନାୟକ ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବେ ନିରଂଜନ ବକ୍ସିପାତ୍ର, ବି.ଏସ.ନାୟକ,ବକିଶୋର ପଣ୍ଡା, ଜଗନ୍ନାଥ ପଣ୍ଡା, ଅମୂଲ୍ୟ ସାହୁ, ସୁବ୍ରତ ଚୈାଧୁରୀ, ଶିବାଜୀ ଦାସ, ପ୍ରଭାକର ଦୋରା,ବଶ୍ୟାମ ସୁନ୍ଦର ଦାଶ ଓ ହରପ୍ରସାଦ ହେପ୍ରୁକାଙ୍କୁ ନେଇ କମିଟି ଗଠନ କରାଯାଇଛି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

 

Click here to get daily News  & Views update 👇

https://bit.ly/OBgroup3

 

Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.