ଓଡ଼ିଆ ବାର୍ତ୍ତା/ ନୂଆପଡା (ରିଖିରାମ ଦଳ): ସିନାପାଲି ମହାବିଦ୍ୟାଳୟରେ “ଶକ୍ତିଶ୍ରୀ” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆରମ୍ଭ କରାଯାଇଥିବା “ଶକ୍ତିଶ୍ରୀ” ଡିଜିଟାଲ ଆପ୍ଲିକେସନ ଯୋଜନା ଏକ ପ୍ରଶଂସନୀୟ ପଦକ୍ଷେପ। ଆଜି ଏହି କାର୍ଯ୍ୟକ୍ରମରେ “ଛାତ୍ରୀଙ୍କୁ ସଶକ୍ତ କରିବା, ଛାତ୍ରୀ ସୁରକ୍ଷାକୁ ସୁନିଶ୍ଚିତ କରିବା” ବିଷୟରେ ଆଲୋଚନା କରାଯାଇଥିଲା। ମହାବିଦ୍ୟାଳୟର “ଶକ୍ତିଶ୍ରୀ” ସଂଯୋଜିକା ଡକ୍ଟର ସ୍ଵର୍ଣ୍ଣଲତା ରାଣୀ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଏ. ବି. ଡୁଙ୍ଗ୍ ଡୁଙ୍ଗ୍ ସଭାପତିତ୍ୱ କରିଥିଲେ। ଅଧ୍ୟାପକ କ୍ଷେତ୍ରମୋହନ ଦୁରିଆ ସଭା ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଶିକ୍ଷା ବିଭାଗ ମୁଖ୍ୟ ଅଧ୍ୟାପିକା ସୁଶ୍ରୀ ଗୀତଶ୍ରୀ ପ୍ରିୟମ୍ବଦା ଯୋଗଦେଇ ଛାତ୍ରୀମାନଙ୍କୁ ସଚେତନତା, ସୁରକ୍ଷା, ସ୍ୱ-ରକ୍ଷା, ଆତ୍ମବିଶ୍ୱାସ ଓ ନାରୀ ସଶକ୍ତୀକରଣ ଉପରେ ନିଜର ସୁଚିନ୍ତିତ ବକ୍ତବ୍ୟରେ ପରାମର୍ଶ ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ବ୍ରଜମୋହନ ଧାକଡ଼୍, ଅଧ୍ୟାପକ ରଜନୀକାନ୍ତ ମେହେର, ମୁଖ୍ୟକିରାଣୀ ତପେଶ୍ୱର ମେହେର, କ୍ରୀଡ଼ା ଅଧ୍ୟାପକ ଉମାନନ୍ଦ ବିଶି, ଅଧ୍ୟାପକ ଉଦୟନାଥ ନାୟକ, ଅଧ୍ୟାପକ ମେଘନାଦ ମେହେର, ଅଧ୍ୟାପକ ପ୍ରଭଞ୍ଜନ ମିଶ୍ର, ସମାଜବିଜ୍ଞାନ ଅଧ୍ୟାପକ ତାପସ ରଞ୍ଜନ କରୁଆଁ ପ୍ରମୁଖଙ୍କ ସହ ସମସ୍ତ ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ। ଶିକ୍ଷା ବିଭାଗ ଡେମୋନ୍ଷ୍ଟେଟର୍ ପ୍ରିୟାମ୍ବଦା ମେହେର ଧନ୍ୟବାଦ ଅର୍ପଣ କରିଥିଲେ।





