ଦ୍ୱିତୀୟ ପର୍ଯ୍ୟାୟରେ ଭଙ୍ଗାଗଲା ଆଉ ୪ଟି ଦୋକାନ
ରାୟଗଡ,୧୦/୯ : ପୂର୍ବତଟ ରେଳବାଇ ଅଧୀନରେ ଥିବା ନୂତନ ରାୟଗଡ ଡିଭିଜନକୁ କାର୍ଯ୍ୟକ୍ଷମ କରିବା ପାଇଁ ଭିତିଭୂମିର ବିକାଶ,ଷ୍ଟେସନ ପରିସର ଓ ନୂଆ ପ୍ଳାଟଫର୍ମ ଏବଂ ଯାତ୍ରୀଙ୍କ ସୁବିଧା ନିମିତ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥାର କାର୍ଯ୍ୟାରମ୍ଭ ନିମିତ ସମସ୍ତ ପ୍ରକ୍ରିୟା ଆରମ୍ଭ କରାଯାଉଛି । ଗତ ଅଗଷ୍ଟ ୨୧ତାରିଖ ବୁଧବାର ଦିନ ରାୟଗଡ ଜିଲ୍ଳା ଦୈାରାଜର୍ଜଙ୍କ ନିର୍ଦ୍ଦେଶ ପ୍ରକାରେ ରାୟଗଡ ରେଳ ଷ୍ଟେସନ ସମ୍ମୁଖରେ ଜବରଦଖଲ କରି ରହିଥିବା ଦୋକାନଗୁଡିକକୁ ନେଇ ଦୀର୍ଘ ବର୍ଷ ଧରି ଲାଗିରହିଥିବା କେସର ଶୁଣାଣୀ କରାଯାଇ ଦୋକାନଗୁଡିକ ଭାଙ୍ଗିବା ପାଇଁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ପାଇବା ପରେ ପ୍ରଥମ ପର୍ଯ୍ୟାୟରେ ରେଳ ବିଭାଗ କର୍ତୁପକ୍ଷ ଓ ଜିଲ୍ଳା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଜେସିବି ମେସିନ ଲଗାଯାଇ ୫ଟି ଦୋକାନଗୃହକୁ ଭାଙ୍ଗି ଦିଆଯାଇଥିଲା ।
ଏହି କ୍ରମରେ ସେପ୍ଟେମ୍ବର ୧୦ତାରିଖରେ ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ଆରଏଫଏ ନମ୍ବର ୨୬, ଏନ.ସି.ପ୍ଳଟ ୧୫୯’ର ଶ୍ରୀମତି ମାଳତୀ ସାହୁ,ବ୨୭ନମ୍ବରର ଏନସି ପ୍ଳଟ ନମ୍ବର ୧୬୪ ଏ’ର ଭୋଗୀ କ୍ରିଷ୍ଣା ମୂର୍ତି, ୨୮ନମ୍ବର ଏନସି ପ୍ଳଟ ନମ୍ବର ୧୬୧ର ଉମାଶଙ୍କର ବେହେରା ଓ ୨୯ନମ୍ବର, ଏନସି ପ୍ଳଟ ୧୬୨ବିର ଏମ.କୋଟେଶ୍ୱର ରାଓଙ୍କ ଦୋକାନକୁ ଭଙ୍ଗା ଯାଇଛି । ଦ୍ୱିତୀୟ ପର୍ଯ୍ୟାୟର ଏହି ଜବର ଦଖଲ ଉଚ୍ଛେଦ ବେଳେ ରାୟଗଡ ଅତିରିକ୍ତ ତହସିଲଦାର ସୁନୀଲ ଖରାଙ୍କ ସହ ରାୟଗଡ ଥାନା ପୋଲିସ ଏବଂ ରେଳବାଇ ସୁରକ୍ଷା ବଳ (ଆରପିଏଫ) ପୋଲିସ ଏବଂ ରେଳବାଇ କର୍ତୁପକ୍ଷଙ୍କ ଉପସ୍ଥିତିରେ ରେଳବାଇ ଷ୍ଟେସନ ସମ୍ମୁଖରେ ଥିବା ସମସ୍ତ ୧୦ଗୋଟି ଦୋକାନକୁ ଜେସିବି ମେସିନ ଲଗାଇ ଭାଙ୍ଗି ଦିଆଯାଇଥିଲା ।
ପ୍ରକାଶ ଥାଉ କି ରାୟଗଡ ରେଳ ଷ୍ଟେସନ ସମ୍ମୁଖରେ ଷ୍ଟେସନ ଅଂଚଳ ପରିସର ମଧ୍ୟରେ ମୁଖ୍ୟ ରାସ୍ତା କଡରେ ଦୀର୍ଘ ୪୦ବର୍ଷ ଧରି ଏଠାରେ ପାନ ଦୋକାନ, ମିଠା ଦୋକାନ, ଛୋଟ ହୋଟେଲ କରି ନିଜର ଜୀବନ ଜୀବିକା ଚଲାଇ ଆସୁଥିବା ବେଳେ ଏନସି ପ୍ଳଟ ନମ୍ବର ୧୬୨ ଏ’ରେ ବି.ସିଏଚ.ଜନାର୍ଦ୍ଧନ ଗତ ୨୦୧୭ ମସିହାରେ କରିଥିବା ଆରଏଫଏ ନମ୍ବର ୨୨,ପ୍ଳଟ ନମ୍ବର ୧୬୨, ଆରଏଫଏ ନମ୍ବର ୨୩ର ଇ.ନାରାୟଣ ରାଓ ଦୋରା, ପ୍ଳଟ ନମ୍ବର ୧୬୪ରେ ଆରଏଫଏ ନମ୍ବର ୨୪ରେ କେ.ବସନ୍ତା ରାଓ,ପ୍ଳଟ ନମ୍ବର ୧୫୭,ଆରଏଫଏ ନମ୍ବର ୨୫ରେ କେ.ସୀତା ରାମୁଲୁ ଓ ପ୍ଳଟ ନମ୍ବର ୧୬୦/୧୬୦ଏ, ଆରଏଫଏ ନମ୍ବର ୩୦ରେ ଶ୍ରୀମତୀ ମାଲା ଘାଲେଙ୍କ ସମେତ ଅନ୍ୟ ୪ଜଣ ଦୋକାନୀମାନେ ଗତ ୨୦୧୭ ମସିହାରେ ରେଳବାଇ ସ୍ଥାନରେ ଦୋକାନ କରି ରେଳବାଇକୁ ଭଡା ପ୍ରଦାନ କରି ଆସୁଥିବା ବେଳେ ବିନା କୈାଣସି ଥଇଥାନରେ ରେଳ କର୍ତୁପକ୍ଷ ତାଙ୍କୁ ସେଠାରୁ ହଟାଇବା ଚେଷ୍ଠା କରୁଥିବାରୁ ଏକ କେସ୍ ମାନ୍ୟବର ଜିଲ୍ଳା ଦୈାରାଜର୍ଜଙ୍କ କୋର୍ଟରେ ଦାଖଲ କରିଥିଲେ ।
ତେବେ ଗତ ଜୁଲାଇ ୩୦ତାରିଖରେ ଏହି ମାମଲାର ଶୁଣାଣୀ ନେଇ ମାନ୍ୟବର ଜିଲ୍ଳା ଦୈାରାଜର୍ଜ ରେଳବାଇର ସପକ୍ଷରେ ରାୟ ଶୁଣାଇ ଜବରଦଖଲ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶକୁ ପାଳନ କରିବା ନିମିତ ୱାଲଟିୟର ଡିଭିଜନର ସିନିୟର ଡିଇଏନ(ନର୍ଥ)ଙ୍କ ୨୦/୮/୧୯ ପ୍ରକାରେ ବୁଧବାର ୨୧ତାରିଖ ଦିନ ଜିଲ୍ଳା ପ୍ରଶାସନର ଜଣେ କାର୍ଯ୍ୟ ନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୫ଟି ଦୋକାନକୁ ଭାଙ୍ଗିବା ପାଇଁ ରାୟଗଡ ଜିଲ୍ଳାପାଳ ତଥା ଜିଲ୍ଳା ମାଜିଷ୍ଟ୍ରେଟଙ୍କୁ ଚିଠି କରି ଅବଗତ କରାଇଥିଲେ । ଯାହାକୁ ନେଇ ରାୟଗଡର ଅତିରିକ୍ତ ତହସିଲଦାର ସୁନୀଲ ଖରା ମାଜିଷ୍ଟ୍ରେଟ ଦାୟିତ୍ୱରେ ଉପସ୍ଥିତ ରହିଥିବା ବେଳେ ରାୟଗଡ ଏସଡିପିଓ ତପନ ନାରାୟଣ ରଥ, ଥାନା ଅଧିକାରୀ ନିହାର ରଂଜନ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ରେଳବାଇ ସୁରକ୍ଷା ବଳ (ଆରପିଏଫ), ରାୟଗଡ ଥାନା ଅଧିକାରୀ ଡି.ଏନ.ତ୍ରିଲୋକଙ୍କ ସମେତ ଆରପିଏଫ ପୋଲିସ ମୁତୟନ ହୋଇଥିଲେ ।
ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
Click here to get daily News & Views update 👇
https://bit.ly/OBgroup3