ରାୟଗଡ,୧୦/୯ : ରାୟଗଡ ଜିଲ୍ଳା ଚନ୍ଦ୍ରପୁର ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବ୍ଳକସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡଃ.ସର୍ବଣା ବିବେକ ଏମ., ଗୁଣପୁର ଉପଜିଲ୍ଳାପାଳ ବି.ସିଦ୍ଧେଶ୍ବର ବଳିରାମ, ପିଏ-ଆଇଟଇଡିଏ ଗୋରାଚାନ୍ଦ ଗମାଙ୍ଗଙ୍କ ସମେତ ଅନ୍ୟ ବିଭାଗର ଜିଲ୍ଳାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।
ଏହି ଅଭିଯୋଗ ଶୁଣାଣୀରେ ସର୍ବମୋଟ ୧୧୭ଟି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୬୭ଟି ବ୍ୟକ୍ତିଗତ ଓ ୫୦ଟି ଗୋଷ୍ଠୀଗତ ଅଭିଯୋଗ ରହିଥିଲା । ସେହିପରି ୫ଜଣଙ୍କୁ ୧୧ହଜାର ଟଙ୍କାର ରେଡକ୍ରସ ସହାୟତା ଓ ୩ଜଣଙ୍କୁ ୨୫ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସର୍ବମୋଟ ୮ଜଣଙ୍କୁ ୩୬ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଜନଶୁଣାଣୀରେ ଜିଲ୍ଳାପାଳ ଶ୍ରୀ ବେହେରା ୭ଟି ଅଭିଯୋଗକୁ କାର୍ଯ୍ୟକ୍ରମରେ ହିଁ ଫଇସଲା କରି ଦେଇଥିବା ବେଳେ ଅନ୍ୟ ଅଭିଯୋଗ ଗୁଡିକକୁ ସଂପୃକ୍ତ ବିଭାଗମାନଙ୍କୁ ପଠାଇ ସେଗୁଡିକର ଶୀଘ୍ର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।