ଧର୍ମଗଡ,୧୧ /୯ : ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ‘‘ସବୁଜ ବନାନୀ’’ କାର୍ଯ୍ୟକ୍ରମ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ତାଳପଦର ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜୁ ଯୁବ ବାହିନୀ ୩ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚାରା ରୋପଣ ସହ ଜନ ସଚେତନତା ସୃଷ୍ଟି କରାଯାଇଥିଲା ।
ଏଥିରେ ମୁଖ୍ୟଅତିଥି ଭାବେ ସମାଜସେବୀ ଲବଣି ରାଉତ ଓ ସମ୍ମାନିତ ଅତିଥି ଭାବେ ତାଳପଦର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଘନଶ୍ୟାମ ଶବର ଯୋଗ ଦେଇ ମାନବ ସମାଜ ପାଇଁ ବୃକ୍ଷର ଉପଦେୟତା ଉପରେ ଆଲୋକପାତ କରିବାସହ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ବିଜୁ ଯୁବ ବାହିନୀ ସଂଯୋଜକ ପ୍ରବୀଣ କୁମାର ସାହୁ, ସଭାପତି ପ୍ରଳୟ ଲହଜଳ, ସମ୍ପାଦକ ସଞ୍ଜୟ ଭୋଇ, କୋଷାଧ୍ୟକ୍ଷ ବିକ୍ରମ ସାହୁ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିବାସହ ଅଧ୍ୟୟନରତ ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କୁ ସଚେତନା କରିଥିଲେ ।
ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି ଲବଣି ରାଉତଙ୍କ ରିପୋର୍ଟ odiabarta.in
Click here to get daily News & Views update 👇
https://bit.ly/OBgroup3
Like us on Facebook👇
http://facebook.com/odiabarta