ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ସାଇବର ଆଇନ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ତାଲୁକ ଆଇନ ସେବା ସମିତି, ଧର୍ମଗଡ ଦ୍ୱାରା ଗୋଲାମୁଣ୍ଡାସ୍ଥିତ ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ସୁରକ୍ଷା ଓ ସାଇବର ଆଇନ” ଶୀର୍ଷକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଗୁଣ୍ଡିଚା ସାମନ୍ତସିଂହାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବରେ ସହାୟକ ଜିଲ୍ଲାପାଳ ରୋଜାଲିନ ଜେନା, ଗୋଲାମୁଣ୍ଡା ଥାନା ଅଧିକାରୀ ଯଶୋବନ୍ତ ସେଲମା , ରିଟେନର ସଂଯୁକ୍ତା ପଣ୍ଡା, ତାଲୁକ ଆଇନ ସେବା ସମିତି ସଦସ୍ୟ ମିହିର ରଞ୍ଜନ ପଟ୍ଟଯୋଶୀ, ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କାନ୍ତ ରଥ ପ୍ରମୁଖ ମଞ୍ଚାସିନ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆଲୋଚକ ଭାବେ କଳାହାଣ୍ଡି ସାଇବର୍ ସେଲ୍ ପୋଲିସ୍ ଅଧିକାରୀ ବୈଦ୍ୟନାଥ ନାୟକ ଯୋଗ ଦେଇ ଡିଜିଟାଲ୍ ଦୁନିଆରେ ଆମମାନଙ୍କର ତଥ୍ୟ, ଟଙ୍କା ଓ ପରିଚୟକୁ ଚୋରି ଓ ଠକେଇରୁ ବଞ୍ଚାଇବାର ଉପାୟ ବିଷୟରେ ସବିଶେଷ ଆଲୋଚନା କରିଥିଲେ। ଅଧ୍ୟକ୍ଷ ଶ୍ରୀ ସାମନ୍ତସିଂହାର ଏହି ସଭାରେ ଉପସ୍ଥିତ ଛାତ୍ର-ଛାତ୍ରୀ ତଥା କର୍ମଚାରୀଙ୍କୁ ଉଦବୋଧିତ କରି ଏକ ସୁସ୍ଥ ଜୀବନଶୈଳୀ ପାଇଁ ଜୀବନକୁ ଆଧ୍ୟାତ୍ମିକ ଦିଗରେ ପରିଚାଳିତ କରିବା ପାଇଁ ପ୍ରେରିତ କରିଥିଲେ। ସଭାକାର୍ଯ୍ୟ ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର ପରିଚାଳନା କରିଥିଲେ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଉମାକାନ୍ତ ବାଗ, ନାଥୁରାମ ନାଏକ, ଅଧ୍ୟାପକ ଶାନ୍ତନୁ କୁମାର ପରିଡ଼ା, ବିଜୟ କୁମାର ସାହୁ, ପ୍ରବୀର କୁମାର ରାୟ , ତ୍ରିନାଥ ପଟ୍ଟନାୟକ, ଲିଙ୍ଗେଶ୍ୱର ମେହେର, କ୍ଷୀରସିନ୍ଧୁ ବାରିକ, ବୈକୁଣ୍ଠ ପଟେଲ ପ୍ରମୁଖ ସହଯୋଗ କରିଥିଲେ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ତଥା ଛାତ୍ର-ଛାତ୍ରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.