ବିଭିନ୍ନ ସମସ୍ୟା ନେଇ ଗୁଡାରିର ଏନଏସିରେ ବନ୍ଦ ପାଳନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ବିଭିନ୍ନ ଦାବି ପୂରଣ ନେଇ ଗୁଡାରି ସହରବାସୀଙ୍କ ପକ୍ଷରୁ ବନ୍ଦ ପାଳନ କରାଯାଇଛି l ସହରବାସୀଙ୍କ ପ୍ରମୁଖ ଦାବି ମଧ୍ୟରେ ବଂଶଧାରା ବିଜୁ ସେତୁଠାରୁ ଶିରିଗୁଡା ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ, ଗୁଡାରିରୁ ଭୁବନେଶ୍ୱର ଓ କଟକ ପର୍ଯ୍ୟନ୍ତ ଓଏସଆରଟିସି ବସ୍‌ ସେବା ଆରମ୍ଭ,ଗୁଡାରିରୁ ବିଷମକଟକ ଭାୟା କରଲାଘାଟି ପର୍ଯ୍ୟନ୍ତ ଦୁଇଥାକିଆ ରାସ୍ତା ନିର୍ମାଣ ଆଦି ରହିଛି । ଏହା ବ୍ୟତୀତ ଗୁଡାରିକୁ ବ୍ରହ୍ମପୁର-ଜୟପୁର ଏକ୍ସପ୍ରେସ୍‌ ୱେ ଏବଂ ପାରଳାଖେମୁଣ୍ଡି-ଆମ୍ବାଭୋନା ୱେ ସହ ସଂଯୋଗ କରିବା, ପଦ୍ମପୁର-ଗୁଡାରି-ରାଇବିଜ ରାସ୍ତାକୁ କନ୍ଧମାଳ ଜିଲାର କୋଟଗଡ଼ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ସହ ଏହାକୁ ରାଜ୍ୟ ରାଜପଥର ମାନ୍ୟତା ପ୍ରଦାନ କରିବାକୁ ମଧ୍ୟ ଦାବି ହୋଇଛି । ପ୍ରଶାସନ ପକ୍ଷରୁ କୌଣସି ପ୍ରକାର କାର୍ଯ୍ୟ ସୂଚନା ମିଳିନଥିବାରୁ ବନ୍ଦ ପାଳନ କରାଯାଇଛି ବୋଲି ଗୁଡାରି ଜନସାଧାରଣଙ୍କ ପକ୍ଷରୁ କୁହାଯାଇଛି । ବନ୍ଦ ସମୟରେ ଜରୁରୀ କାଳୀନ ସେବାକୁ ବାଦ ଦେଇ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ-କଲେଜ ଏବଂ ଦୋକାନ ବଜାର ବନ୍ଦ କରାଯାଇଛି । ଏଥିସହ ସହରକୁ ସଂଯୋଗ କରୁଥିବା ଯାନବାହନ ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି l ପୂର୍ବଦିନ ବନ୍ଦକୁ ସଫଳ କରିବା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ସହର ବାସୀଙ୍କୁ ଅବଗତ କରାଯାଇଥିଲା । ଏହି ବନ୍ଦ କୁ ଗୁଡାରି ସହରବାସୀ ସମ୍ପୂର୍ଣ୍ଣ ସମର୍ଥନ ଜଣାଇ ଦୋକାନ ବଜାର ବନ୍ଦ ରଖିଥିଲେ l ସହର ମଧ୍ୟରେ କେତକ ସରକାରୀ ବେ ସରକାରୀ, ବ୍ୟାଙ୍କ, ସ୍କୁଲ, କଲେଜ ଖୋଲା ଯାଇଥିବା ବେଳେ ଆନ୍ଦୋଳନ କାରି ସେଠାକୁ ଯାଇ ବନ୍ଦ କରିବାକୁ ଅନୁରୋଧ କରିଥିଲେ l ପ୍ରବଳ ବର୍ଷା ସତ୍ୱେ ଗୁଡାରି ବନ୍ଦ ପାଳନ ଶାନ୍ତି ଶୃଙ୍ଖଳା ରେ ଚାଲିଥିବା ଜଣା ପଡିଛି l ଶାନ୍ତି ଶୃଙ୍ଖଳା ନିମନ୍ତେ ଥାନା ଅଧିକାରୀ ବିଶ୍ୱବନ୍ଧିନି ବାଗ ଙ୍କ ନେତୃତ୍ୱ ରେ ପୋଲିସ ବାହିନୀ ସହର ର ମୁଖ୍ୟ ଛକ ନିକଟରେ ମୁତୟନ ହୋଇଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.