ଅକ୍ଟୋବର ୮ ଓଡ଼ିଶା ବନ୍ଦ ଡାକରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): କୋଲନରା ବ୍ଲକ ଅନ୍ତର୍ଗତ ପଲିଟିଗୁଡା ହାଟପଦା ଠାରେ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଇଣ୍ଡିଆ ମେଣ୍ଟ ତରଫରୁ ଅକ୍ଟୋବର ୮ ଓଡ଼ିଶା ବନ୍ଦ ଡାକରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଇଣ୍ଡିଆ ମେଣ୍ଟ ତରଫରୁ ରାଜ୍ୟ ବ୍ୟାପୀ ଆନ୍ଦୋଳନ କରିବା ନେଇ ଆଲୋଚନା କରିବା ସହ ଏହି ପରିପେକ୍ଷୀରେ କୋଲନରା ବ୍ଲକ କମିଟି ପକ୍ଷରୁ ପଞ୍ଜାବର ଜଳନ୍ଧରଠାରେ ସର୍ବ ଭାରତୀୟ ସମ୍ମିଳନୀରେ ମୂର୍ତ୍ତୀ ମିନିଆକାଙ୍କୁ ଅଖିଳ ଭାରତ କୃଷକ ମହାସଭା (AIKM) ର କେନ୍ଦ୍ର କମିଟି ସଭ୍ୟ ରୁପେ ନିଆଯାଇଛି, ଏଥି ପାଇଁ ସିପିଆଇ (ଏମ୍ଏଲ) ଲିବରେସନ କମିଟି ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.