ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ କରମତଲା ଗାଁରେ ୩୫ତମ ସାର୍ବଜନୀନ ଦୁର୍ଗା ପୂଜା ଉପଲକ୍ଷେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନିକଟସ୍ଥ ଜଳାଶୟରୁ ଜଳ ସଂଗ୍ରହ ପରେ ଜଳପୂର୍ଣ୍ଣ କଳସକୁ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା। ରଜନୀକାନ୍ତ ଦାଶ କର୍ତ୍ତା ତଥା ଗୋବିନ୍ଦ ଶତପଥି, ନିରୋଜ ମିଶ୍ର, ଟିକେସନ ପୂଜାରୀ ପୂଜକ ଦାୟିତ୍ୱ ତୁଲାଉଛନ୍ତି। ହରେକୃଷ୍ଣ ବେହେରା, ପୃଥ୍ଵୀରାଜ ବର୍ଗେ, ରାହାସବିହାରୀ ବୁଡ଼େକ, ବଳରାମ ରଣା, ଶେଷଦେବ ରଣା, ରଙ୍ଗାଧର ବୁଡ଼େକ, କେସନ ରଣା, ଯଜ୍ଞେଶ୍ଵର ହୋତା, ମାଥୁ ରଣା, ମଇନା ବାବା, ଶୈଳ ବାବା, କାଳିଆ ବୁଡ଼େକ, ଧୀରେନ୍ଦ୍ର ରଣା, ବୁଡ଼ୁଧର ରଣା, ବିପିନ ଦଳେଇ, ଦୂତ ରଣା, ସମ୍ପଦ ବେହେରା, ଅରକ୍ଷିତ ରଣା, ପ୍ରେମରାଜ ବଗର୍ତ୍ତୀ ପ୍ରମୁଖଙ୍କ ସମେତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି। ୧୮ରୁ ୨୧ ତାରିଖ ଯାଏ ପୂଜା ହେବାକୁ ଥିବା ବେଳେ ପ୍ରତି ରାତ୍ର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ଆୟୋଜକ କମିଟି ସୂତ୍ରରୁ ପ୍ରକାଶ।





