ସର୍ପ ଦଂଶନରେ ନାବାଳିକା ମୃତ

ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଲା ଥାନା ଟିକ୍ରାପଡ଼ା ଫାଣ୍ଡି ଅନ୍ତର୍ଗତ ଝିଙ୍କିଡୁଙ୍ଗୁରି ଗାଁର ଗୁଣନିଧି ବାଗଙ୍କ ଝିଅ ଅନିତା (୧୫)ଙ୍କ ସର୍ପ ଦଂଶନରେ ମୃତ୍ୟୁ ଘଟିଛି | ଘରେ ଶୋଇଥିବା ବେଳେ ରାତି ପ୍ରାୟ ୪ଟାରେ ସାପଟି ଅନିତାଙ୍କ ବାମ କାଖରେ କାମୁଡ଼ିଥିଲା | ପରିବାର ଲୋକେ ତାଙ୍କୁ ପ୍ରଥମେ ସଇଁତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିଲେ | ପରେ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା | ବଲାଙ୍ଗୀର ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଅନିତାଙ୍କ ମୃତ୍ୟୁ ଘଟିଥିଲା | ଶବ ବ୍ୟବଚ୍ଛେଦ ପରେ ପୋଲିସ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରିଥିଲା | ଅନିତାଙ୍କ ଅକାଳ ମୃତ୍ୟୁରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି | ଶନିବାର ସନ୍ଧ୍ୟାରେ ଗାଁ ଶ୍ମଶାନରେ ନାବାଳିକାଙ୍କ ଅନ୍ତିମ ସତ୍କାର କରାଯାଇଥିଲା |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.