ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଥୁଆମୂଳ ରାମପୁର ବ୍ଲକର ତହସିଲପଡ଼ା ପଡିଆରେ ବିଜେପି ପକ୍ଷରୁ ବଡ ଧରଣର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ବିଜେଡି ଓ କଂଗ୍ରେସର ବହୁ କର୍ମୀ ଆନୁଷ୍ଠାନିକ ଭାବେ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶାସନ, ନୀତି ଓ ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଜେପିରେ ମିଶିଥିବା ପ୍ରକାଶ କରିଛନ୍ତି। ବିଜେପିର ଏହି ମିଶ୍ରଣ ପର୍ବରେ ଥୁଆମୂଳ ରାମପୁର ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ଘାସିରାମ ନାଏକଙ୍କ ସମେତ ଅଗ୍ନି ନାଏକ, ବଂଶୀଧର ମାଝୀ, ନିକେନ ମାଝୀ, ଦାନୀ ନାଏକ, କ୍ରିଷ୍ଣା ମାଝୀ, ସୁନୀଲ ମାଝୀ, ରାଜେନ୍ଦ୍ର ମାଝୀ, ଉଗ୍ରେସେନ ନାଏକ, ଉର୍ମିଳା ନାଏକ, ରଜନ ନାଏକ, ପୂର୍ଣ୍ଣଚନ୍ଦ୍ର ନାଏକ, ମହେଶ୍ୱର ମାଝୀ, ପ୍ରଦୀପ ନାଏକ, ତ୍ରିଲୋଚନ ମାଝୀ ଓ ଅଶ୍ୱିନ ନାଏକଙ୍କ ସମେତ ବହୁକର୍ମୀ ବିଜେପିରେ ଯୋଗ ଦେଇଛନ୍ତି। ଏହି ଅବସରରେ ଡୁମେରପଦର ମଣ୍ଡଳ ସଭାପତି ପୁଷ୍ପ ନାଏକ, ମଣ୍ଡଳ ପ୍ରଭାରୀ ସୁଶାନ୍ତ ନାଏକ, ସାଧାରଣ ସମ୍ପାଦକ ଚନ୍ଦନ ନାଏକ, ସମ୍ପାଦକ ଆଲୋକ ନାଏକ, ଥୁଆମୂଳ ରାମପୁର ମଣ୍ଡଳ ସମ୍ପାଦକ ମହାଦେବ ପ୍ରସାଦ ସିଂ, ବରିଷ୍ଠ ବିଜେପି ନେତା ବାଜ୍ରା ଭୋଇ, ବିପିନ ବିହାରୀ ନାଏକ, କୃଷ୍ଣଚନ୍ଦ୍ର ପରିଚ୍ଛା, ଧନୁ ନାଏକ, ଜିତେନ୍ଦ୍ର ନାଏକ, ରାଧାକାନ୍ତ ନାଏକ, ଅଭିରାମ ନାଏକ, ଅଜିତ କୁମାର ନାଏକ, ସୁଶୀଲ କୁମାର ସାହୁ ଓ ଭରତ ଦଣ୍ଡସେନା ପ୍ରମୁଖ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏମାନଙ୍କ ଯୋଗଦାନ ପରେ ଥୁଆମୂଳ ରାମପୁର ବ୍ଳକ ଅଞ୍ଚଳରେ ବିଜେପି ଆହୁରି ମଜବୁତ ହେବା ନେଇ ଦଳୀୟ ପଦାଧିକାରୀ ଆଶାବ୍ୟକ୍ତ କରିଛନ୍ତି। ଆଗାମୀ ଦିନରେ ଅଞ୍ଚଳର ଅନେକ ଲୋକ ବିଜେପିରେ ସାମିଲ ହେବେ ଏଥିପାଇଁ ଦଳ ପକ୍ଷରୁ ଅହରହ ଲୋକଙ୍କୁ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ଅବଗତ କରିବାକୁ ପଦକ୍ଷେପ ନିଆଯାଇଥିବା ଦଳୀୟ ସୂତ୍ରରୁ ପ୍ରକାଶ।





