ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବାନେର ଗାଁରେ ମାଁ ଡୋକରିଙ୍କ ଦଶହରା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଅଛି। ଏହି ପରିପ୍ରେକ୍ଷୀରେ ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କର ସୁବିଧାକୁ ଦୃଷ୍ଟିରେ ରଖି କଳାହାଣ୍ଡି ସେନା ତରଫରୁ ଲେମ୍ବୁପାଣି ବଣ୍ଟନ କରାଯାଇଥିଲା। ଏହି ଉତ୍ସବରେ ମାଙ୍କ ଦର୍ଶନ ପାଇଁ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ କଳାହାଣ୍ଡି ସେନା ନିଜର ଜନସେବା ଓ ସାମାଜିକ ଦାୟିତ୍ଵ ବୋଧର ପରିଚୟ ଦେଇଛି। କଳାହାଣ୍ଡି ସେନାର ଡିଙ୍ଗର ବାଗ, ଜିମୂତ ନାଏକ, ମଳୟ ରାଉତ, ଲୋକନାଥ ସା, ଭୂପେନ୍ଦ୍ର ବିଶ୍ବାଳ, ହିମାଂଶୁ ନାଏକ, ବିକାଶ ନାଏକ, ରୋଶନ, ଶଶି ପଣ୍ଡା, ଉମା ନାଏକଙ୍କ ସମେତ ଅନୁଷ୍ଠାନର ସଦସ୍ୟମାନେ ଉପସ୍ଥିତ ରହି ସେବା କାର୍ଯ୍ୟରେ ସହଯୋଗ କରିଥିଲେ।






