ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରିଖିରାମ ଦଳ): ନୂଆପଡ଼ା ଜିଲ୍ଲା ସିନାପାଲି ସହରସ୍ଥିତ ଶ୍ରୀରାମ ଛକଠାରେ ଦଶହରା ଅବସରରେ ଶ୍ରୀରାମ ପୂଜା କମିଟି ପକ୍ଷରୁ ୨୦ତମ ଶ୍ରୀରାମ ପୂଜା ଭକ୍ତିମୟ ପରିବେଶରେ ପାଳିତ ହେଉଛି। ଅକ୍ଟୋବର ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ପୂଜାକୁ ନେଇ ସମଗ୍ର ସିନାପାଲି ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଶ୍ରୀରାମ ଛକ ଉତ୍ସବମୁଖର ହୋଇଉଠିଛି। ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା ଓ ଦର୍ଶନ ପାଇଁ ସିନାପାଲି ସହର ସମେତ ଆଖପାଖ ଗ୍ରାମାଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ହେଉଛି। ପ୍ରତିଦିନ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼ ଜମୁଥିବା ବେଳେ ଶ୍ରଦ୍ଧାଳୁମାନେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରି ପୂଜାର୍ଚ୍ଚନାରେ ସାମିଲ ହେଉଛନ୍ତି। ଏହି ପୂଜାରେ କର୍ତ୍ତା ଭାବେ ଶ୍ରୀଯୁକ୍ତ ସୁଶୀଲ କୁମାର ଯୋଶୀ ଓ ତାଙ୍କ ଧର୍ମପନ୍ଥୀ ଦାୟିତ୍ଵ ତୁଲାଉଛନ୍ତି। ପୂଜକ ଶ୍ରୀଯୁକ୍ତ ଜଗଦାନନ୍ଦ ଦାସ ବୈଦିକ ରୀତିନୀତି ଅନୁଯାୟୀ ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା କରୁଛନ୍ତି ମନ୍ତ୍ରାଚ୍ଚାରଣ, ପାରମ୍ପରିକ ପୂଜାବିଧ ଓ ଧାର୍ମିକ କାର୍ଯ୍ୟକ୍ରମ ମାଧ୍ୟମରେ ପୂଜାସ୍ଥଳୀରେ ଏକ ଭକ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଛି।





