ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରୁପ୍ରାରୋଡ ଦେବସର ଧାମରେ ଚାଲିଛି ଶାରଦୀୟ ନବରାତ୍ର। ସତ୍ୟନାରାୟଣ ଜୈନ ଓ ତାଙ୍କ ଧର୍ମ ପତ୍ନୀ ପୁଷ୍ପା ଦେବୀ ଜୈନ କର୍ତ୍ତା ଦାଇତ୍ବ ନିର୍ବାହ କରୁଛନ୍ତି। ପୂଜକ ଭାବେ ରାମଚନ୍ଦ୍ର ପଧାନ ଓ ପୂଜକ ଅବିନାଶ ପାଣ୍ଡେ ପୁଜା କାର୍ଯ୍ୟ ତୁଲାଉଛନ୍ତି। ଆଲୋକମାଳାରେ ସୁସଜ୍ଜିତ ହୋଇଛି ଦେବସର ଧାମ। ନବରାତ୍ର ଅବସରରେ ପ୍ରତି ଦିନ ଦାଣ୍ଡିଆ ଅନୁଷ୍ଠିତ ହୋଉଛି। ଯାହାକି ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି।





