କଳାହାଣ୍ଡି ପତଞ୍ଜଳି ଯୋଗ ସମିତି ପକ୍ଷରୁ ମାଣିକେଶ୍ୱରୀ ମନ୍ଦିର ସାମ୍ନାରେ ଯୋଗ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ପତଞ୍ଜଳି ଯୋଗ ସମିତି ପକ୍ଷରୁ ମା ମାଣିକେଶ୍ୱରୀ ମନ୍ଦିର ସାମ୍ନାରେ ଆଜି ସକାଳ ୫:୩୦ ଘଣ୍ଟା ସମୟରେ ମହା ଅଷ୍ଟମୀ ପାଳନ ଅବସରରେଏକ ଯୋଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ କଳାହାଣ୍ଡି ପତଞ୍ଜଳୀ ଯୋଗ ସମିତି ପକ୍ଷରୁ ଶତାଧିକ ଯୋଗୀ ଭାଇ ଭଉଣୀ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମର ଉଦ୍ୟେଶ ହେଲା ସାଧାରଣ ଲୋକଙ୍କୁ ଯୋଗ ପ୍ରତି ଆକର୍ଷିତ କରିବା ଓ ସମଗ୍ର ସମାଜକୁ ସୁସ୍ଥ ଓ ନିରୋଗ ରଖିବା। କାର୍ଯ୍ୟକ୍ରମ ଆରମ୍ଭରେ ମା ମାଣିକେଶ୍ୱରୀଙ୍କ ପ୍ରାର୍ଥନା କରାଯାଇ ସମାଜରେ ସୁଖ ଶାନ୍ତି ପ୍ରତିଷ୍ଠା ପାଇଁ ଆଶୀର୍ବାଦ ଭିକ୍ଷା କରା ଯାଇଥିଲା। ନିଜ ନିଜ ଅହଙ୍କାରକୁ ବଳି ଦେବା ପାଇଁ ସମସ୍ତଙ୍କୁ ଆହ୍ୟାନ କରାଯାଇଥିଲା। ଶାସ୍ତ୍ରୀଜୀଙ୍କ ଭାରତ ପ୍ରତି ଅବଦାନ ବିଷୟରେ ବକ୍ତା ମାନେ ମତ ରଖିଥିଲେ। ଶାସ୍ତ୍ରୀଜୀଙ୍କ ମାଲ୍ୟାର୍ପଣ ପରେ ଶୋଭାଯାତ୍ରା ପୁଣି ଥରେ ଗାନ୍ଧୀ ଛକ ଅଭିମୁଖେ ବାହାରି ଥିଲା। ଗାନ୍ଧୀ ପ୍ରମୋଦ ଉଦ୍ୟାନ ପରିସରରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଥିଲା। କଳାହାଣ୍ଡି ଭାରତ ସ୍ୱାଭିମାନ ଟ୍ରଷ୍ଟ ପ୍ରଭାରୀ ଅଶୋକ କୁମାର ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଏହା ଆୟୋଜିତ ହୋଇଥିଲା। କଳାହାଣ୍ଡି ପତଞ୍ଜଳୀ ଯୋଗ ସମିତି ପ୍ରଭାରୀ ଡାକ୍ତର ନିହାରେନ୍ଦ୍ର ପଣ୍ଡା, ମୁଖ୍ୟ ପୃଷ୍ଠପୋଷକ ଶିଶିର ପାଟ୍ଟଯୋଷୀ, ଜିଲ୍ଲା ସାଂଗଠନିକ ସମ୍ପାଦକ ଦଧିଚନ୍ଦ୍ର ସାହୁ, ସ୍ୱାଭିମାନ ଟ୍ରଷ୍ଟ ସହ ପ୍ରଭାରୀ ଶୁଭ୍ରାଂଶୁ ଶେଖର ସାହୁ,ଜିଲ୍ଲା ଲିଗାଲ ସେଲ୍ ପ୍ରଭାରୀ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ,କୋଷାଧ୍ୟକ୍ଷ ରମାକାନ୍ତ ପାଢ଼ୀ, ପତଞ୍ଜଳୀ ଯୋଗ ସମିତି ସହ ପ୍ରଭାରୀ ହେମନ୍ତ କୁମାର ମିଶ୍ର ତଥା ଅନ୍ୟାନ୍ୟ ଯୋଗୀ ଭାଇ ଭଉଣୀ ଉପସ୍ଥିତ ଥିଲେ।
ଉପସ୍ଥିତ ସମସ୍ତଙ୍କୁ ସ୍ୱାଭିମାନ ଟ୍ରଷ୍ଟ କାର୍ଯ୍ୟାଳୟ ପ୍ରଭାରୀ ଧୀରେନ୍ଦ୍ର କୁମାର ପଣ୍ଡା ଶାନ୍ତି ପାଠ କରାଇ ଥିଲେ ଓ ପରିଶେଷରେ ଜିଲ୍ଲା ମହା ମନ୍ତ୍ରୀ ଶ୍ରୀ ଗଜିନ୍ଦ୍ର ପ୍ରସାଦ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.