ଓଡିଆ ବାର୍ତ୍ତା/କଟକ: କଟକ ପିଠାପୁର ତାରାଚାନ୍ଦ ପାଟଣା ସ୍ଥିତ ଶ୍ରୀ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସାମାଜିକ ସଂଗଠନ ଦୁଲି -ମହେଶ୍ୱର ଚାରିଟେବୁଲ ଟ୍ରଷ୍ଟର ଶୁଭ ଉଦଘାଟନ ହୋଇ ଯାଇଛି। ସଂଗଠନ ସଭାପତି ଶିକ୍ଷାବିତ ସନ୍ତୋଷ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଶିକ୍ଷାବିତ ସନ୍ନ୍ୟାସୀନୀ ବିଦ୍ୟୁତ କୁମାରୀ ଲାଲା ଉଦଘାଟକ, ଆଇନଜୀବୀ କେଦାର ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି,ଶିକ୍ଷାବିତ ଯୋଗେନ୍ଦ୍ର ନାଥ ବସ୍ତିଆ ମୁଖ୍ୟ ବକ୍ତା, ଶିକ୍ଷାବିତ ତାରାକାନ୍ତ ଅଗସ୍ତି ସମ୍ମାନିତ ବକ୍ତାଭାବେ, ଶିକ୍ଷାବିତ ଅଧ୍ୟାପକ କିଶୋର ଚନ୍ଦ୍ର ଦାସ ବରେଣ୍ୟ ଅତିଥି, ସମାଜସେବୀ ସରୋଜ କୁମାର ରାଉତ ସମ୍ମାନିତ ଅତିଥି, ସମାଜସେବୀ ସୋମନାଥ ଖୁଣ୍ଟିଆ ପ୍ରମୁଖ ଯୋଗ ଡେଇଥିଲେ। ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରା
ଯାଇଥିଲା।





