ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ବାଲିପଡା ଗଙ୍ଗା ଦେବୀ ବାବୁରାୟ ମଞ୍ଚରେ ସାମ୍ବାଦିକ ଲିଙ୍ଗରାଜ ମିଶ୍ରଙ୍କୁ ସମ୍ବର୍ଦ୍ଧନା ଦେଇଛି ପୂଜା କମିଟି। ଭାନପୁର ଗ୍ରାମ ପଞ୍ଚାୟତର ବାଲିପଡାରେ ଅନୁଷ୍ଠିତ ନବରାତ୍ରୀ ଦୁର୍ଗାପୂଜାର ବିଜୟା ଦଶମୀ ଅନ୍ତିମ ରାତ୍ରୀରେ ପୂଜା କମିଟିର ଅଧ୍ୟକ୍ଷ ତଥା ନର୍ଲା ସରପଞ୍ଚ ସଂଘର ସଭାପତି ଅନନ୍ତରାମ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ତପନ ପଧାନ, ମୁଖ୍ୟ ଉପଦେଷ୍ଟା ପରେଶ ପଧାନ, ସଭାପତି ଲୋଚନ ସାହୁ, ଉପସଭାପତି ରୋହିତ ସାହୁ, ବରିଷ୍ଠ ସଦସ୍ୟ ତୁମେଶ୍ୱର ସାହୁ, ସମ୍ପାଦକ ଅଶୋକ ବାରିକ, ବବଲୁ ଭୋଇ ପ୍ରମୁଖଙ୍କ ସମେତ କମିଟିର ବରିଷ୍ଠ ସଦସ୍ୟ ମଞ୍ଚାସୀନ ଥିଲେ। ସାଧାରଣ ସମ୍ପାଦକ କୁନ୍ତ ଭୋଇ ମଞ୍ଚ ସଂଯୋଜନା କରିଥିଲେ। ଅଧ୍ୟକ୍ଷ ଶ୍ରୀ ମାଝୀ ବାଲିପଡାର ନବରାତ୍ରୀ ଦୁର୍ଗାପୂଜା ଶାନ୍ତି ଶୃଙ୍ଖଳାରେ ସମ୍ପନ୍ନ ହୋଇଥିବାରୁ କମିଟିର ସମସ୍ତ ସଦସ୍ୟ, ବାଲିପଡା ବଣିକ ସଂଘର କର୍ମକର୍ତ୍ତା ଓ ଅଞ୍ଚଳବାସୀ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇ କୃତଜ୍ଞତା ଜ୍ଞାପନ କରିଥିଲେ। ପୂଜା ପରିଚାଳନା ଖବର ପ୍ରସାରଣ କରି ପ୍ରଚାର ପ୍ରସାରର ଗୁରୁଦାୟିତ୍ୱ ନିର୍ବାହନ କରି କମିଟିକୁ ସହଯୋଗ କରିଥିବା ନର୍ଲାର ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ଅଜୟ ସେନାପତି ଓ ଖଗେଶ୍ୱର କୁମାରଙ୍କୁ ମାନପତ୍ର ଓ ଉପଢୌକନ ଦେଇ କମିଟିର କର୍ମକର୍ତ୍ତା ସମ୍ବର୍ଦ୍ଧିତ କରିଥିଲେ। ନବରାତ୍ରୀ ଦୁର୍ଗାପୂଜା ପରିଚାଳନାରେ ସହଯୋଗ ନେଇ ଅନ୍ୟ ୮ ଜଣ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା।





