ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ାର ରଣା ପଡ଼ା ସ୍ଥିତ ଲକ୍ଷ୍ମୀ ମନ୍ଦିର ପ୍ରାଙ୍ଗଣରେ ଗ୍ରାମବାସୀଙ୍କ ଆନୁକୂଲ୍ୟରେ କରମସାନି ପୂଜନୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଦେହୁରୀ ଭୁଏ, ଶିରାସିନୀ ଭୁଏ ଏଥିରେ କର୍ତ୍ତା ରହିଥିଲେ। କହ୍ନେଇ ଭୁଏ ପୂଜାର୍ଚ୍ଚନା କରିଥିଲେ। ଝିଙ୍କିଡୁଙ୍ଗୁରିର ସଂଚାର କଳାକାର ଜଗନ୍ନାଥ ମୁଦୁଲି, ସାଥି ଜିତେନ୍ଦ୍ର ମଲ୍ଲିକ, ପଦ୍ମଚରଣ ବିଶି ତଥା କେନ୍ଦୁଉଡ଼ାରର ସଂଚାର କଳାକାର ଘନଶ୍ୟାମ ମିର୍ଦ୍ଧା, ସାଥି କୁଳଧର ବଗର୍ତ୍ତୀ, ପଙ୍କଜ ମିର୍ଦ୍ଧା ମାନ୍ଦଲର ତାଳେ ତାଳେ କରମା ପରିବେଷଣ କରିଥିଲେ। ଗ୍ରାମବାସୀ ପୂଜା ପରିଚାଳନାରେ ସହଯୋଗ କରିଥିଲେ। କରମସାନିଙ୍କ ପୂଜା ଅନୁଷ୍ଠାନ ଫଳରେ ଚାଷୀଙ୍କ ଫସଲରେ ରୋଗ ପୋକ ଦୂର ହେବା ସହ ଭଲ ଅମଳ ହୁଏ ବୋଲି ସାଧାରଣରେ ବିଶ୍ୱାସ ରହିଛି।





