କଳାହାଣ୍ଡି ସାମ୍ବାଦିକ ୟୁନିଅନର ନୂତନ କର୍ମକର୍ତ୍ତା ଚୟନ: କମ୍ବୁପାଣି ମିଶ୍ର ସଭାପତି, ସନ୍ତୋଷ ସିଂଦେଓ ସାଧାରଣ ସମ୍ପାଦକ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟର ସର୍ବ ବୃହତ ସାମ୍ବାଦିକ ୟୁନିଅନ ଓଡିଶା ସାମ୍ବାଦିକ ୟୁନିଅନ (ଓୟୁଜେ)ର ଦ୍ଵି ବାର୍ଷିକ ନିର୍ବାଚନ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ଓଡ଼ିଶା ସାମ୍ବାଦିକ ୟୁନିଅନ ସହ ଅନୁବନ୍ଧିତ ସଂଘ ‘କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନ’ ତାର ଦ୍ଵି ବାର୍ଷିକ ନିର୍ବାଚନ କରି କର୍ମକର୍ତ୍ତା ନିର୍ବାଚିତ କରିଛି। ଏନେଇ ରବିବାର ଏମ୍ ରାମପୁର ଯୁଗଯାତ୍ରୀ ସାହିତ୍ୟ ସଂସଦ ପରିସରରେ ଚୟନ କମିଟିର ଅଧ୍ୟକ୍ଷ ତଥା ଜାତୀୟ କାଉନସିଲ ସଦସ୍ୟ କିଶୋର ନାଏକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପାଧ୍ୟକ୍ଷ ରଜନୀ ମିଶ୍ର, ଜିଲ୍ଲା ସାମ୍ବାଦିକ ୟୁନିଅନର ସଭାପତି କମ୍ବୁପାଣି ମିଶ୍ର, ସାଧାରଣ ସମ୍ପାଦକ ସନ୍ତୋଷ ସିଂ ଦେଓ, କାର୍ଯ୍ୟକାରୀ ସଭାପତି ବିରଞ୍ଚି ଜାଲ, ପ୍ରମୁଖ ମଞ୍ଚାସୀନ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏହି ନିର୍ବାଚନୀ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକ ରୁ ଜଣେ ଲେଖାଏଁ ଚୟନ କମିଟିର ସଦସ୍ୟ ଉପସ୍ଥିତ ଥିଲେ। ଚୟନ କମିଟିର ବରିଷ୍ଠ ସଦସ୍ୟ ଅଭିରାମ ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଚୟନ କମିଟିର ଅଧ୍ୟକ୍ଷ ଶ୍ରୀ ନାଏକ ସ୍ୱାଗତ ଭାଷଣ ସହିତ ଚୟନ କମିଟିର କାର୍ଯ୍ୟ ଓ ଓଡିଶା ସାମ୍ବାଦିକ ୟୁନିଅନର ନିତି ନିୟମ ବିଷୟରେ ବୁଝାଇ ଥିଲେ। ଏହାପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସହମତି ଭିତ୍ତିରେ କର୍ମକର୍ତ୍ତା ଚୟନ କରାଯାଇଥିଲା। ସର୍ବସମ୍ମତି କ୍ରମେ ସଭାପତି ଭାବରେ କମ୍ବୁପାଣି ମିଶ୍ର, ଉପସଭାପତି ଭାବରେ ଲିଙ୍ଗରାଜ ମିଶ୍ର, ସୁଧୀର ସାହୁ, ମନମୋହନ ପଧାନ, ସୁଭେନ ପଟ୍ଟନାୟକ, ଗଜିନ୍ଦ୍ର ସାହୁ, ଭୋଳାନାଥ ପଟେଲ, କ୍ଷମାନିଧି ମହାଖୁଡ ପ୍ରମୁଖ ୭ ଜଣଙ୍କୁ ଚୟନ କରାଯାଇଥିଲା। ସେହିଭଳି ସାଧାରଣ ସମ୍ପାଦକ ଭାବରେ ସନ୍ତୋଷ କୁମାର ସିଂ ଦେଓ, ସମ୍ପାଦକ ଭାବରେ ବୈଦ୍ୟନାଥ ବେହେରା, ଶରତ ଚନ୍ଦ୍ର ରାଉତ, ହେମନ୍ତ ସାହୁ, ରଜନୀକାନ୍ତ ମିଶ୍ର, ଭଜଶ୍ୟାମ ସାହୁ, ସୁଶିଲ ବାଗ, ନିହାର ରଞ୍ଜନ ବେହେରା, ସୁଶାନ୍ତ ଦଳେଇ, ଏଲ ଲୋକେଶ୍ୱର ନାଇଡୁ, ପୂର୍ଣ୍ଣଚନ୍ଦ୍ର ମହାନ୍ତି(ଦୀପକ) ପ୍ରମୁଖ ୧୦ ଜଣ ନିର୍ବାଚିତ ହୋଇଥିଲେ। ଅର୍ଗାନାଇଜିଙ୍ଗ ସମ୍ପାଦକ ଭାବରେ ଅଂଶୁମାନ ପାତ୍ର(ଲୁଲୁ), କୋଷାଧ୍ୟକ୍ଷ ଭାବରେ ଡମ୍ବରୁଧର ଭୋଇ, ଟ୍ରିବ୍ୟୁନାଲ ଚେୟାରମେନ ଭାବରେ ପ୍ରଶାନ୍ତ ସାମନ୍ତରାୟ, ଉପାଧ୍ୟକ୍ଷ ଶଙ୍କର ବେହେରା, ୱେଲଫର୍ କମିଟିର ଅଧ୍ୟକ୍ଷ ଭାବରେ ବିନ୍ଦୁ ମହାନନ୍ଦ, ଉପାଧ୍ୟକ୍ଷ ଏମ୍ ଚନ୍ଦ୍ରଶେଖର, ଶୃଙ୍ଖଳା କମିଟିର ଅଧ୍ୟକ୍ଷ ଭାବରେ କିଶୋର କୁମାର ନାଏକ ପ୍ରମୁଖଙ୍କୁ ସର୍ବ ସମ୍ମତିକ୍ରମେ ଚୟନ କରାଯାଇଥିଲା। ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଭାବରେ କମ୍ବୁପାଣି ସାହୁ, ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ଇଙ୍ଗିତ ପଣ୍ଡା, ଅଜିତ ସିଂ, ପରେଶ ନାୟକ ଓ ଉଦ୍ଧବ ପଣ୍ଡାଙ୍କୁ ମନୋନୀତ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ। ୟୁନିଅନର ନବ ନିର୍ବାଚିତ ସଭାପତି ଶ୍ରୀ ମିଶ୍ର ସଂଗଠନରେ ମୁଖ୍ୟ ବିଷୟ ଶୃଙ୍ଖଳା ପ୍ରତି ବିଶେଷ ଗୁରୁତ୍ୱ ଦିଆଯିବ। ସଂଗଠନ ର ବିକାଶ ପାଇଁ ନିଷ୍ଠାର ସହିତ କାମ କରିବି ବୋଲି ତାଙ୍କ ଅଭିଭାଷଣରେ କହିଥିଲେ। ଶେଷରେ ଟ୍ରିବ୍ୟୁନାଲ ଚେୟାରମେନ ଶ୍ରୀ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.