କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ
ପଡ଼ଇ ଯେ ପବିତ୍ର
ଆଲୋକର ପର୍ବ ଦୀପାବଳି,
ଅନ୍ଧକାର ସଂସାରକୁ
ଉଜ୍ଜ୍ବଳ କରିବା ନିମନ୍ତେ
ଦିଅନ୍ତି ଯେ ଆମେ
ପବିତ୍ର ଦୀପଟିଏ ଜାଳି ।
ଏ ପବିତ୍ର ଦୀପାବଳିରେ ଆମେ ସମସ୍ତେ
ଜଗତ କଲ୍ୟାଣ ପବିତ୍ରତାର
ଦୀପଟିଏ ଜାଳିଦେବା,
ମନ ହୃଦୟ ଭିତରେ ଥିବା
ଅପବିତ୍ରତାକୁ ଜାଳିଦେଇ
ପବିତ୍ର ମନ ହୃଦୟ ଟିଏ ଆମେ ଗଢ଼ିବା ।
ଏ ଦୀପାବଳିରେ ଆମେ ସମସ୍ତେ
ସତ୍ୟ, ଧର୍ମ, ନ୍ୟାୟ, ଦୟା, କ୍ଷମା,
କରୁଣାର ଦୀପଟିଏ ଜାଳିଦେବା,
ଆମ ଭିତରେ ଥିବା
ଖରାପ ଗୁଣ ଚରିତ୍ର ଭାବନାକୁ
ନିଜଠାରୁ ଆମେ ସର୍ବଦା ଦୂରେଇ ଦେବା ।
ଏ ଦୀପାବଳିରେ ଆମେ ସମସ୍ତେ
ସ୍ନେହ, ପ୍ରେମ, ଏକତା, ସମର୍ପଣ, ଧୈର୍ଯ୍ୟ,
ସହାୟତାର ଦୀପଟିଏ ଜାଳିଦେବା,
ଆମ ମନ ହୃଦୟ ଭିତରେ ଥିବା
ଘୃଣା ଭାବକୁ କାଢ଼ିଦେଇ
ସମସ୍ତଙ୍କୁ ଆମେ ଭଲପାଇବା ।
ଏ ଦୀପାବଳିରେ ଆମେ ସମସ୍ତେ
ଉତ୍ତମ ସଂମ୍ପର୍କ, ପବିତ୍ର ବନ୍ଧୁତାର
ଦୀପଟିଏ ଜାଳିଦେବା ,
ନିଜଠୁ ଦୂରେଇ ଯାଉଥିବା
ସମସ୍ତଙ୍କୁ ଆମେ ମନ ହୃଦୟ ଭିତରେ
ଟିକିଏ ସ୍ଥାନ ଦେବା ।
ଏ ଦୀପାବଳିରେ ଆମେ ସମସ୍ତେ
ଶୁଭ ଚିନ୍ତନ, ଉତ୍ତମ ବିଚାର
ଅହିଂସାର ଦୀପଟିଏ ଜାଳିଦେବା,
ହିଂସା, କ୍ରୋଧ, ଗର୍ବ, ଅହଂକାର ଠାରୁ ଦୂରେଇ
ଆମେ ସମସ୍ତେ ଶାନ୍ତି ପଥରେ ଆଗେଇ ଯିବା ।
✍️ଟିକେମଣି ବୁଧିଆ
ରେଙ୍ଗସାପାଲି କଳାହାଣ୍ଡି





