ଓଡ଼ିଆ ବାର୍ତ୍ତା/ ତିର୍ତ୍ତୋଲ: ତିର୍ତ୍ତୋଲ ସ୍ଥିତ ଆଦିକବି ସାରଳାଦାସ ମହାବିଦ୍ୟାଳୟର + ୩ ପ୍ରାଣୀ ବିଜ୍ଞାନ ବିଭାଗ ତରଫରୁ ଯୁକ୍ତ ତିନି ପ୍ରଥମବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବିଭାଗୀୟ ମୁଖ୍ୟ ପ୍ରାଚୀପ୍ରଭା କର ସଭାପତିତ୍ୱ କରି ସତ୍ୟ, ନିଷ୍ଠା, ଏକାଗ୍ରତା ରହିଲେ ସଫଳତା ନିଶ୍ଚୟ ମିଳିବ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଅନନ୍ତ ଚରଣ ଆଚାର୍ଯ୍ୟ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଶୃଙ୍ଖଳିତ ଓ ସମୟାନୁବର୍ତ୍ତିତା ହେବା ପାଇଁ ପରାମର୍ଶ ଦେଇଥିଲେ l ସମ୍ମାନିତ ଅତିଥି ଭାବରେ ପ୍ରଶାସନିକ ଅଧିକାରୀ ତଥା ସଂସ୍କୃତ ବିଭାଗର ମୁଖ୍ୟ ଅଧ୍ୟାପିକା ଡ଼ ଦିପ୍ତିରେଣୁ ମହାନ୍ତି, ରସାୟନ ବିଜ୍ଞାନର ମୁଖ୍ୟ ଅଧ୍ୟାପକ ନରେଶ ମହାପାତ୍ର, ଗଣିତ ବିଭାଗର ମୁଖ୍ୟ ଅଧ୍ୟାପକ ଲେପ୍ଟନାଣ୍ଟ ପ୍ରବୀଣ କୁମାର ବେହେରା, ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପିକା ପ୍ରଜ୍ଞା ପ୍ରିୟଦର୍ଶିନୀ ନାୟକ, ସମାଜ ବିଜ୍ଞାନର ଅଧ୍ୟାପକ ମନୋଜ କୁମାର ସ୍ୱାଇଁ, ପ୍ରାଣୀ ବିଭାଗ ଅଧ୍ୟାପିକା ସୁଶ୍ରୀ ଶୁଭଲକ୍ଷ୍ମୀ ସାହୁ ପ୍ରୟୋଗଶାଳା ପ୍ରଶିକ୍ଷକ ସ୍ୱର୍ଣ୍ଣପ୍ରଭା ନାୟକ, ପ୍ରୟୋଗଶାଳା ସହାୟକ ରବିନାରାୟଣ କର, ସୁପ୍ରିୟା ରାଉତ ଯୋଗଦେଇଥିଲେ । ଏହି ଅବସରରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଯୁକ୍ତ ତିନି ତୃତୀୟ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଭାଗର ଛାତ୍ର ତଥା ଛାତ୍ର ସଂସଦ ସଭାପତି ଅଭିଷେକ କର ଧନ୍ୟବାଦ ଅର୍ପଣ କରିଥିଲେ।





