୨,୬୯୬୦୦ ଟଙ୍କା ଏବଂ କାର ଜବତ
ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗତ ୫ ତାରିଖ ଦିନ ମନୋଜ ସୁନାନୀ, ଚମରା ନାଏକ, ଭକ୍ତି ହରିଜନ ଏବଂ ନରେନ୍ଦ୍ର ଗୌଡ ନାମକ ୪ ଜଣ ଯୁବକ ଗୋଲାମୁଣ୍ଡା ଥାନା ଅଧିନସ୍ଥ ଫୁଣ୍ଡା ଗ୍ରାମର ଚକ୍ରଧର ହରପାଲଙ୍କୁ କିଛି ସୁନା ଅଳଙ୍କାର ବିକ୍ରୀ କରିବା ପାଇଁ ସଦର ଥାନା ଅନ୍ତର୍ଗତ ଅଟାଙ୍ଗଗୁଡା ନିକଟସ୍ଥ ଏକ ନିଛାଟିଆ ସ୍ଥାନକୁ ଡାକିଥିଲେ। ଶ୍ରୀ ହରପାଲ ଉକ୍ତ ସ୍ଥାନରେ ପହଞ୍ଚିବା ପରେ ତାଙ୍କୁ କିଛି ନକଲି ସୁନା ଗହଣା ଦେଇ ତାଙ୍କ ଠାରୁ ଜବରଦସ୍ତି ୪ ଲକ୍ଷ ଟଙ୍କା ଛଡାଇ ନେଇଥିବା ନେଇ ଚକ୍ରଧର ସଦର ଥାନା ରେ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗକୁ ଭିତ୍ତି କରି ଏସ୍. ଆଇ ଶିବ ଶଙ୍କର ମହାନ୍ତି ଘଟଣା ର ତଦନ୍ତ ଆରମ୍ଭ କରିଥିଲେ। ଏହା ପରେ ୪ ଜଣ ଦୁର୍ବୃତଙ୍କୁ ଗିରଫ୍ କରିବା ସହ ସେମାନଙ୍କ ଠାରୁ ନଗଦ ୨,୬୯,୬୦୦ ଟଙ୍କା ଏବଂ ସେମାନେ ବ୍ୟବହାର କରୁଥିବା ଏକ ମାରୁତି ସୁଜୁକି କାର ଜବତ୍ କରିଥିଲେ। ଏହାପରେ ଆଜି ଗିରଫ ୪ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି। କୋର୍ଟ ଚାଲାଣ ହେଇଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ଚମାର ନାଏକ ବିଜେପୁର ଥାନା ଅଧିନସ୍ଥ କମଲେଇ ଗାଁ ର ହେଇଥିବା ବେଳେ ମନୋଜ ସୁନାନୀ ନର୍ଲା ଥାନା ଅନ୍ତର୍ଗତ ଘଣ୍ଟମାଲ ଗ୍ରାମର ଓ ଅନ୍ୟ ଦୁର୍ବୁତ୍ତ ଜଣକ ସଦର ଥାନା ବୋରଭଟ୍ଟା ଗ୍ରାମର ନରେନ୍ଦ୍ର ଗୌଡ଼ ବୋଲି ତଦନ୍ତକାରୀ ଅଧିକାରୀ ଏସ. ଆଇ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।






