ଟାଉନ୍ ହାଇସ୍କୁଲରେ ଶିକ୍ଷା ଚେତନା ଅଭିଯାନ

କଳାହାଣ୍ଡି,୨୭/୯: ପ୍ରଫେସର୍ ଭୁବନେଶ୍ୱର ବେହେରା ମେମୋରିଆଲ୍ ୟୁଥ୍ ଅର୍ଗାନାଇଜେସନ୍, ମୁଣ୍ଡରାଗୁଡ଼ା ଓ ରାଧାକୃଷ୍ଣ କ୍ଲବ୍, ମଥୁରାର ମିଳିତ ଆନୁକୂଲ୍ୟରେ ଭବାନୀପାଟଣା ସ୍ଥିତ ଟାଉନ୍ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୨୩ତମ ଶିକ୍ଷା ଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବାନେର ସମବାୟ ସମିତି ସଭାପତି ଭାରତେନ୍ଦୁ ବେହେରା ଓ ଅନୁଷ୍ଠାନର ପୂର୍ବତନ ସଭାପତି ସଂଜୀବ ଠାକୁର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ସଂଗଠନର ଏଭଳି ଆୟୋଜନକୁ ଭୂୟସୀ ପ୍ରଶଂସା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ ସଂଗଠନ ସମ୍ପାଦକ ଅବିନାଶ ମୁଣ୍ଡ ସଂଯୋଜନା କରିବା ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଜାତୀୟ ଯୁବ ସ୍ୱେଚ୍ଛାସେବୀ ଚିନ୍ମୟ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜାତୀୟ ଯୁବ ସ୍ୱେଚ୍ଛାସେବୀ ପଦ୍ମାବତୀ ପଟେଲ ଧନ୍ୟବାଦ ଜ୍ଞାପନ କରିଥିଲେ।

ଏହି ଅବସରରେ ସଂସ୍କୃତି, ପରମ୍ପରା, ଭୂଗୋଳ, ବିଜ୍ଞାନ, ଇତିହାସ ସମ୍ପର୍କିତ ସାଧାରଣଜ୍ଞାନ ପ୍ରତିଯୋଗିତା ଆୟୋଜନ କରାଯାଇ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ସାରଙ୍ଗ ଠାକୁର, ରାଜେନ୍ଦ୍ର ସାହୁ, ବିଜୟ ପାତ୍ର, ଅକ୍ଷୟ ନେଗୀ, ମଙ୍ଗଳୁ ମିଶ୍ର ପରିଚାଳନା କରିଥିଲେ।

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.