ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା

ତର୍କ ପ୍ରତିଯୋଗିତାରେ ମୈାସୁମୀ ପାଣିଗ୍ରାହୀ ପ୍ରଥମ

ରାୟଗଡ,୨୮/୯: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଜିଲ୍ଳାସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ରାୟଗଡ ଜିଲ୍ଳା ସଦର ମହକୁମାର ଗୋବିନ୍ଦ ଚନ୍ଦ୍ର ଦେବ ଜିଲ୍ଳା ଉଚ୍ଚ ବିଦ୍ୟାଳୟ ଠାରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ କୃତୀ ପ୍ରତିଯୋଗିମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ରାୟଗଡ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା,ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ରିତ ଋତୁରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିବା ବେଳେ ଜିଲ୍ଳା ଶିକ୍ଷାଧିକାରୀ ଅତରିକ୍ତ ଜିଲ୍ଳା ଶିକ୍ଷାଧିକାରୀ ଶ୍ରୀମତି ଆନେସ୍ତେସିଆ କେରକେଟା,ନଗର ସିଆରସିସି ଦୀପକ ରାଉତ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶୀଭୂଷଣ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ “କ”ବିଭାଗ,ନବମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ “ଖ’ବିଭାଗ ଏବଂ ଏକାଦଶରୁ ଦ୍ୱାଦଶ ପର୍ଯ୍ୟନ୍ତ “ଗ” ବିଭାଗ ନେଇ ତିନୋଟି ଗ୍ରୁପ୍ କରାଯାଇଥିଲା । ପ୍ରତିଟି ଗ୍ରୁପରେ ଚିତ୍ରାଙ୍କନ, କୁଇଜ, ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଳାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସର୍ବମୋଟ ୮୦ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । “କ”ବିଭାଗରେ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ପେଂଟା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ମୁନ୍ନା ମାଣ୍ଡାଙ୍ଗି ପ୍ରଥମ,କେ.ସିଙ୍ଗପୁର ବ୍ଳକ ଡୁମୁରିପଦର ପ୍ରାଥମିକ ବିଦ୍ୟାଳୟର ଇଶ୍ୱର ଚନ୍ଦ୍ର କୁଟ୍ରୁକା ଦ୍ୱିତୀୟ ଓ ରାମନାଗୁଡା ସରକାରୀ ଉଚ୍ଚ ବଦ୍ୟାଳୟର ଅପାରାଓ କୋଲକା ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି “ଖ”ବିଭାଗର ତର୍କ ପ୍ରତିଯୋଗିତାରେ ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ମୈାସୁମୀ ପାଣିଗ୍ରାହୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ରାମନାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟର ଅରୁଣ ବିଡିକା ଦ୍ୱିତୀୟ ଓ ବିଷମକଟକ ସରକାରୀ ଉଚ୍ଚ ବିଦ୍ୟାଳୟର ସ୍ୱପ୍ନାରାଣୀ ସାବତ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ରାୟଗଡରୁ ଶିବନାରାୟଣ ଗୌଡ଼ଙ୍କ ରିପୋର୍ଟ odiabarta.in


ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.