ଲାଞ୍ଜିଗଡ : ବଜ୍ରାଘାତରେ ୩ପୋଢ ମୃତ

ଲାଞ୍ଜିଗଡ,୨୮/୯ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ମୋହନଗୁଡା ଆମ୍ବ ବଗିଚାରେ ବଜ୍ରାଘାତ ଯୋଗୁଁ ୩ ଗୋଟି ପୋଢ (ପଣ୍ଡା)ଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଆଜି(ଶନିବାର) ଦିନ ୨ଟା ସମୟରେ ପ୍ରବଳ ବର୍ଷା ହୋଇଥିଲା। ଏହି ସମୟରେ ମୋହନଗୁଡା ଗ୍ରାମର ଅଭି ମାଝୀଙ୍କ ଗୋଟିଏ ପୋଢ, ଜଗନ୍ନାଥ ମାଝୀଙ୍କ ଗୋଟିଏ ପୋଢ ଓ ବିଦୂତ ବହିଦାରଙ୍କ ଗୋଟିଏ ପୋଢ ଆମ୍ବ ବଗିଚାରେ ଆଶ୍ରୟ ନେଇଥିବା ସମୟରେ ବଜ୍ରାଘାତ ହୋଇଥିଲା ଯାହା ଫଳରେ ତିନିଗୋଟି ପୋଢଙ୍କ ମୃତ୍ୟୁ ଘଟିଥିଲା।

ସାଙ୍ଗେ ସାଙ୍ଗେ ଖବର ପାଇ ନଙ୍ଗଳବେଡା ଆରଆଇ ରସିକ ଶବର ଘଟଣା ସ୍ଥଳକୁ ଯାଇ ଲାଞ୍ଜିଗଡ ତହସିଲଦାର ମୁନିନ୍ଦ୍ର ହୁନ୍ନାଙ୍ଗାକୁ ଜଣାଇଥିଲେ। ହେଲେ ଆଜି ମହାଳୟା ଛୁଟି ଯୋଗୁଁ ଲାଞ୍ଜିଗଡ ପଶୁ ଚିକିତ୍ସା କେନ୍ଦ୍ରର କୌଣସି କର୍ମଚାରୀ ପହଞ୍ଚି ପାରିନଥିଲେ। ଏଠାରେ ସୂଚନା ଯୋଗ୍ୟଯେ, ଅଧିକାଂଶ ସମୟରେ ଲାଞ୍ଜିଗଡ ପଶୁ ଚିକିତ୍ସା କେନ୍ଦ୍ରରେ କର୍ମଚାରୀ ମାନେ ଅନୁପସ୍ଥିତ ରହୁଥିବା ଯୋଗୁଁ ଗୃହ ପାଳିତ ପଶୁ ମାନଙ୍କ ଚିକିତ୍ସା କରାଇବାକୁ ଜନ ସାଧାରଣ ଅସୁବିଧା ଭୋଗ କରୁଥିବା ଅଭିଯୋଗ ହୋଇ ଆସୁଛି । ତେଣୁ ଏଥିପ୍ରତି ପଶୁ ଚିକିତ୍ସା ଜିଲ୍ଲା ଅଧିକାରୀ ଦୃଷ୍ଟି ଦେବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି।

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.