4 BN CRPF ଓ 68 BN BSF ମିଳିତରେ “ସ୍ୱଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ

ପଲିଥିନ ବ୍ୟାଗ ବ୍ୟବହାର ନ କରିବାକୁ ସିଆରପିଏଫ ଯବାନ ନେଲେ ଶପଥ

Omkar Vasthu
Omkar Vasthu

ରାୟଗଡ,୩/୧୦ : ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ରାୟଗଡ ସହର ଇନ୍ଦିରା ନଗରସ୍ଥିତ ୪ର୍ଥ ବାଟାଲିୟନ ସିଆରପିଏଫ ହେଡ କ୍ୱାଟର୍ସରେ ସେକେଣ୍ଡ ଇନ କମାଣ୍ଡଡେଣ୍ଟ ଶ୍ରୀମତି ମିତୁ ରଏଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ସ୍ଥାନୀୟ ପର୍ଯ୍ୟଟନ ସ୍ଥଳୀ ପ୍ରେମ ପାହାଡ ପରିସରରେ “ସ୍ବଚ୍ଛତା ହିଁ ସେବା” ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏଥିରେ ସିଆରପିଏଫ ଡେପୁଟି କମାଣ୍ଡଡେଣ୍ଟ ଅଶୋକ ପି.ଏମ.ଙ୍କ ସମେତ ଅନ୍ୟ ଅଧିକାରୀ ଓ ଯବାନମାନେ ଯୋଗ ଦେଇଥିବା ବେଳେ ଆଜିଠାରୁ ବ୍ୟାନ ହୋଇଥିବା ପ୍ଳାଷ୍ଟିକକୁ ଆଉ କେବେ ବ୍ୟବହାର ନ କରିବା ବିଷୟବସ୍ତୁକୁ ନେଇ ପ୍ଳାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ସମ୍ବନ୍ଧୀତ ଅଭିଯାନ ନେଇ ୬୮ ବାଟାଲିୟନ ବିଏସଏଫ କମାଣ୍ଡଡେଣ୍ଟ ଯୋଗେନ୍ଦ୍ର ଅଗ୍ରବାଲଙ୍କ ସହ ଅନ୍ୟ ଅଧିକାରୀ ଓ ଯବାନଙ୍କ ମିଳିତରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଗାନ୍ଧୀ ଜୟନ୍ତି ପରିପ୍ରେକ୍ଷିରେ ‍୪ର୍ଥ ବାଟାଲିୟନ ସିଆରପିଏଫ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ସଚେତନତା ଅଭିଯାନ ମାଧ୍ୟମରେ ହେଡ କ୍ୱାଟର୍ସ ପରିସରକୁ ସଂପୂର୍ଣ୍ଣ ପ୍ଳାଷ୍ଟିକ ମୁକ୍ତ କରିବା ପାଇଁ ପଲିଥିନ ବ୍ୟାଗର ବ୍ୟବହାରକୁ ବନ୍ଦ କରିଦେବା ନିମିତ ସମସ୍ତ ଅଧିକାରୀ ଓ ଯବାନମାନେ ସ୍ୱଚ୍ଛତାର ଶପଥ ପାଠ କରିଥିଲେ ।

ଏଥିସହ ଯବାନମାନଙ୍କ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିବା ନେଇ ସିଆରପିଏଫର ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.