ଜାରିଙ୍ଗ ଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବିକଲା ଯାଦବ ମହାସଭା

କଳାହାଣ୍ଡି,୪/୧୦ : ବହୁଚର୍ଚ୍ଚିତ ଜାରିଙ୍ଗ ଗଣଦୁଷ୍କର୍ମ ମାମଲାରେ ବର୍ତ୍ତମାନ ସୁଦ୍ଧା ୧୦ ଜଣ ଗିରଫ ହୋଇଥିବାବେଳେ ପିଡିତାଙ୍କୁ ଆଇନ ଅନୁମୋଦିତ ନ୍ୟାୟ ପ୍ରଦାନ ସହିତ ସରକାରୀ ପ୍ରୋତ୍ସାହନ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି କରିଛି କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା । ଜିଲ୍ଲା ଯାଦବ ମହାସଭା ସଭାପତି ହରିଶଙ୍କର ବାଗଙ୍କ ନେତୃତ୍ବରେ ଆଜି(ଶୁକ୍ରବାର) ମହାସଭାର କାର୍ଯ୍ୟକର୍ତ୍ତାମାନେ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ପାଖରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ଦାବି ହେଲା – ପିଡିତାର ଜୀବନ ସୁରକ୍ଷା ଯୋଗାଇ ଦିଆଯାଉ, ପିଡିତାଙ୍କୁ ବଞ୍ଚିବା ଅଧିକାର ନିମନ୍ତେ ୩୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଉ, ସେ ଏଏନଏମ ତାଲିମ ପୂର୍ଣ୍ଣ କରିବା ନିମନ୍ତେ ଏକ ସୁରକ୍ଷିତ ସରକାରୀ ଏଏନଏମ ସେଣ୍ଟରର ବ୍ୟବସ୍ଥା କରାଯାଉ, କମ ସମୟ ମଧ୍ୟରେ ଏହି ମାମଲାକୁ ଚୁଡାନ୍ତ କରିବାପାଇଁ କୋର୍ଟଙ୍କୁ ଅବଗତ କରାଯାଉ ଏହାସହ ସମସ୍ତ ଅପରାଧିଙ୍କୁ ଫାଶି ଦଣ୍ଡ ଦେବାପାଇଁ କୋର୍ଟକୁ ଅନୁରୋଧ କରାଯାଉ ।

ଏଠାରେ ସୂଚନାଯୋଗ୍ୟଯେ, ଅକ୍ଟୋବର ୧୪ ତାରିଖ ଦିନ ଉକ୍ତ ଯୁବତୀ ଜଣକ ଜୁନାଗଡ ଥାନା ଜାରିଙ୍ଗ ଜଙ୍ଗଲରେ ଗଣ ଧର୍ଷଣର ଶିକାର ହୋଇଥିଲେ । ଏହାସହ ଦୂଷ୍କର୍ମ ଘଟଣାର ଭିଡିଓ ଭାଇରାଲ ହୋଇଥିଲା । ଅକ୍ଟୋବର ୨୧ ତାରିଖରେ ପୀଡିତା ଜୁନାଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅକ୍ଟୋବର ୨୫ ତାରିଖରେ କଳାହାଣ୍ଡି ଏସପି ଏକ ସାମ୍ବାଦିକ ସମ୍ମିଳନୀ କରି ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଥିଲେ, ଏହାର କିଛି ସମୟ ପରେ ପୋଲିସ ପୁଣି ୨ଜଣଙ୍କୁ ଗିରଫ କରିଥିବା ସୂଚନା ଦେଇଥିଲା । ତେବେ ପିଡିତା ଓଡିଆ ବାର୍ତ୍ତା ସମେତ କେତେକ ଓ୍ବେବ ମିଡିଆରେ ଚାଞ୍ଚଳ୍ୟକର ବୟାନ ରଖିଲେଯେ, ସୁଭଦ୍ରା ବସ ଡ୍ରାଇଭର ଲଳିନ୍ଦ୍ର ଶବର ପ୍ରଥମ ଦୂଷ୍କର୍ମକାରୀ ଓ ତାକୁ ଗିରଫ କରାନଗଲେ ସେ ଥାନାରେ ବିଷ ପିଇ ଆତ୍ମହତ୍ୟା କରିବେ । ସେହି ସମୟରେ ଭୁବନେଶ୍ବରରେ ବିଜେପି ନେତ୍ରୀ ଲେଖାଶ୍ରୀ ସିଧା ଟାର୍ଗେଟ କଲେ ଗୃହ ରାଜ୍ୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓ ଜିଲ୍ଲା ବିଜେଡି ଲିଙ୍କକୁ, ରାଜ୍ୟର ପ୍ରାୟ ସବୁ ମିଡିଆରେ ଏଖବର ଏହା ଛାଇଗଲା । ଏହା ପୂର୍ବରୁ ମାନବିକତା ଦୃଷ୍ଟିରୁ ପୀଡିତାଙ୍କୁ ଭେଟି ସ୍ଥିତି ଅନୁଦ୍ଧ୍ୟାନ କଲେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଓ ଜିଲ୍ଲା ଯୁବ ଯାଦବ ମହାସଭା କାର୍ଯ୍ୟକର୍ତ୍ତା । ଦରକାର ହେଲେ ପୀଡିତାଙ୍କ ପାଇଁ ହକ୍ ର ଲଢେଇ ଲଢି ରାଜରାସ୍ତାକୁ ଓହ୍ଲାଇବୁ ବୋଲି ପ୍ରକାଶ କଲେ ଜିଲ୍ଲା ଯାଦବ ମହାସଭା, ଯାହା ବିଭିନ୍ନ ଗଣ ମାଧ୍ୟମର ପୃଷ୍ଠା ମଣ୍ଡନ କଲା । ପରିଶେଷରେ ସେପ୍ଟେମ୍ବର ୨୮ ତାରିଖରେ ନାଟର ଗୋବର୍ଦ୍ଧନ ବୋଲି କୁହାଯାଉଥିବା ପ୍ରଥମ ଦୂଷ୍କର୍ମକାରୀ ଲଳୀନ୍ଦ୍ର ଶବରକୁ ପୋଲିସ ଗିରଫ କରିଥିଲା । ଏପରି ଭାବେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି । 

ଆଜି ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ଯାଦବ ମହାସଭା ସଭାପତିଙ୍କ ସହ ଜିଲ୍ଲା, ବ୍ଲକ ଓ ଯୁବ ଯାଦବ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ ।

ସ୍ବତନ୍ତ୍ର ପ୍ରତିନିଧି ନିରଞ୍ଜନ ଗୌଡଙ୍କ ସହ ଲବଣୀ ରାଉତଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.