କର୍ଲାମୁଣ୍ଡା ପ୍ରେସ କ୍ଲବର ବାର୍ଷିକ ଉତ୍ସବ ଓ ନୂଆଁଖାଇ ଭେଟଘାଟ

କଳାହାଣ୍ଡି : ମନୁଷ୍ୟ ଆଧୁନିକତାର ମାୟାରେ ବାୟା ହେବାଫଳରେ ସଂସ୍କୃତି ଅବକ୍ଷୟ ହେବାରେ ଲାଗିଛି । ଧରେ ଧିରେ ହଜି ଯିବାକୁ ବସୁଛି ଅନେକ ପରମ୍ପରା ଓ ଲୋକସଂସ୍କୃତି । ଅତିତରେ କଳାହାଣ୍ଡି ତଥା ପଶ୍ଚିମ ଓଡିଶାର ଲୋକସଂସ୍କୃତି, ଲୋକକ୍ରୀଡାର ଏକ ସ୍ୱର୍ଣ୍ଣାଭ ପୃଷ୍ଠଭୂମୀ ଥିଲା । ଇତିହାସକୁ ମନେପକାଇବାକୁ ହେଲେ ପ୍ରଥମେ ଅତୀତକୁ ଫେରିଯିବାକୁ ହେବ ଓ ଆଗାମୀ ପିଢ଼ିକୁ ଆମ ପରିଚୟ ଜାଣିବା ପାଇଁ କେବଳ ଇତିହାସ ହିଁ ସାକ୍ଷୀ ରହିବ ବୋଲି କର୍ଲାମୁଣ୍ଡା ପ୍ରେସକ୍ଲବ ର ୨୨ତମ ବାର୍ଷିକ ଉତ୍ସବ ଓ ନୂଆଖାଁଇ ଭେଟ ଉତ୍ସବରେ ଯୋଗଦେଇ ଅତିଥି ମାନେ ମତ ପ୍ରକାଶ କରିଥିଲେ ।

ସ୍ଥାନୀୟ ହସପିଟାଲ ପଡିଆ ଠାରେ କର୍ଲାମୁଣ୍ଡା ପ୍ରେସକ୍ଲବର ସଭାପତି ନରୋତ୍ତମ ସେଲମାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଭବ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ପୁଷ୍ପେନ୍ଦ୍ର ସିଂହଦେଓ, ମୁଖ୍ୟବକ୍ତା ଭାବେ ଡିଆଇଟିର ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ ଯୁଗଳ କିଶୋର ମିଶ୍ର, ସମ୍ମାନୀତ ଅତିଥି ଭାବେ କର୍ଲାମୁଣ୍ଡା ବିଡିଓ ପ୍ରିୟଦର୍ଶନୀ ମିର୍ଦ୍ଧା, ତହସିଦାର ସର୍ବେଶ୍ୱର ଜାଲ, ସିଡିପିଓ ପାର୍ବତୀ ସାହୁ, ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମହାପାତ୍ର, ଦୈନିକ ‘ସମାଜ’ ଖବର କାଗଜର ବରିଷ୍ଠ ସାମ୍ବାଦିକ ପାର୍ଥ ମହାପାତ୍ର, ରଜନୀକାନ୍ତ ମିଶ୍ର, କମ୍ବୁପାଣି ସାହୁ, ସାମାଜିକକର୍ମୀ ଦଲଜିତ ସିଂ ପ୍ରମୂଖ ଯୋଗଦେଇ ସାମ୍ବାଦିକତା ଏକ ପବିତ୍ର ଧର୍ମ ଓ କର୍ମ ବୋଲି କହିଥିଲେ ।

ସଂପାଦକ ପ୍ରଦୀପ କୁମାର ସାହୁ ବିବରଣୀ ପଠନ କରିଥିବାବେଳେ ଉପସଭାପତି ଜଗଦିଶ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପ୍ରେସକ୍ଲବ ପ୍ରତିଷ୍ଠାତା ସଭାପତି ତଥା କଳାହାଣ୍ଡି ଗ୍ରାମାଞ୍ଚଳ ସାମ୍ବାଦିକତାର ଭୀଷ୍ମ ପିତାମହ ସ୍ୱର୍ଗତଃ ରାଜୀବ ଲୋଚନ ରଣାଙ୍କ ସ୍କୃତିରେ ଦିଆଯାଉଥିବା ‘ରାଜୀବ ଲୋଚନ ସ୍ମାରକୀ ସାମ୍ବାଦିକତା ସମ୍ମାନ’ କଳାହାଣ୍ଡିର ବର୍ଷିୟାନ ସାମ୍ବାଦିକ ତଥା ପ୍ରମେୟର ଜିଲ୍ଲା ପ୍ରତିନିଧି ସତ୍ୟନାରାୟଣ ମହାପାତ୍ରଙ୍କୁ ପ୍ରଦାନ କରାଯାଇଥିଲା । ସେହିପରି ଭାବରେ ‘ସାରସ୍ୱତ ପ୍ରତିଭା ସମ୍ମାନ’ ଶିଶୁସାହିତ୍ୟକ ପୀତାମ୍ବର ସାହୁ, ‘କୃଷୀ ପ୍ରତିଭା ସମ୍ମାନ’ ବଳଦେବ ଭୋଇ, ‘ନୃତ୍ୟପ୍ରତିଭା ସମ୍ମାନ’ ରଘୁରାଜ ସାହୁ, ‘ସଂସ୍କୃତି ପ୍ରତିଭା ସମ୍ମାନ’ ପଣ୍ଡିତ ଅଜିତ କୁମାର ଦାଶ, ‘ସାମ୍ବାଦିକତା ସମ୍ମାନ’ ଜଗଦୀଶ ନାଏକ, ‘ତିତ୍ରକଳା ପ୍ରତିଭା ସମ୍ମାନ’ ଓମପ୍ରକାଶ ସାହୁଙ୍କୁ ପ୍ରଦାନ କରାଯାଇ ମାନପତ୍ର ଓ ଉପଢୌକନ ଦିଆଯାଇଥିଲା । ପରେ ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ମଧୁସୂଦନ ବାଗ ପରିଚାଳନା କରିଥିଲେ ।

କାର୍ଯ୍ୟକ୍ରମ ପରିଚାଳନାରେ ସାମ୍ବାଦିକ ଭଜଶ୍ୟାମ ସାହୁ, ସତ୍ୟନାରାୟଣ କୁମାର, ସୌମ୍ୟରଂଜନ ତ୍ରିପାଠୀ, ଯୁବରାଜ ସାହୁ, ସତ୍ୟବ୍ରତ ବଗର୍ତ୍ତୀ, ଫିରୋଜ ଦାଶ, ହେମନ୍ତ ସାହୁଙ୍କ ସମେତ ଭାଗିରଥି ଷଡଙ୍ଗୀ, ଉଜ୍ୱଳ କୁମାର ସାହୁ, ସଞ୍ଜିବ ନାଗ, ରିପୁଦମନ ମିଶ୍ର, ଶୁଭ୍ରାଂଶୁ ଶୁଭ୍ରଜିତ ସେଲମା, ନେତ୍ର ସାହୁ, ଗୟାଧର ନାଏକ ପ୍ରମୁଖ ସହେଯାଗ କରିଥିଲେ । ଏହି ଅବସରରେ ସଭାମଞ୍ଚରେ ପ୍ରିୟମ ଡିଜିଟାଲ ନିବେଦିତ କୋଶଲୀ ସର୍ଟ ଫିଲ୍ମ ‘ରକତ’  ଉନ୍ମୋଚନ ହୋଇଥିଲା ।

ସ୍ବତନ୍ତ୍ର ପ୍ରତିନିଧି ନରୋତ୍ତମ ସେଲମାଙ୍କ ରିପୋର୍ଟ odiabarta.in
——————————————————-

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.