ଦେବୀ ଦୂର୍ଗାଙ୍କ ଆଭାରେ ଝଲସୁଛି ଲାଞ୍ଜିଗଡ ବ୍ଲକର ବିଭିନ୍ନ ପୂଜା ମଣ୍ଡପ

ଲାଞ୍ଜିଗଡ,୭/୧୦ : ଶାରଦୀୟ ଦୂର୍ଗା ପୂଜା ପାଇଁ କଳାହାଣ୍ଡି ଜିଲ୍ଲା ଉତ୍ସବ ମୁଖର ହୋଇ ଉଠିଥିବାବେଳେ ଲାଞ୍ଜିଗଡ ବ୍ଲକରେ ବିଭିନ୍ନ ପୂଜା ମଣ୍ଡପରେ ଆରଧିତା ହେଉଛନ୍ତି ଜଗତ ଜନନୀ । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବ୍ଲକର ବିଶ୍ବନାଥପୁର, ଲାଞ୍ଜିଗଡ, ଲାଞ୍ଜିଗଡ ରୋଡ ଓ ରାମଚନ୍ଦ୍ରପୁରରେ ଦୂର୍ଗା ପୂଜା ଅନୁଷ୍ଠିତ ହେଉଛି । ମଣ୍ଡପକୁ ଅଧିକ ଆକର୍ଷଣୀୟ କରିବାପାଇଁ ସାଜସଜ୍ଜା ସହ ସନ୍ଧ୍ୟାରେ ସାଂକ୍କୃତିକ କାର୍ଯ୍ୟକ୍ରମ ସବୁର ଆୟୋଜନ କରିଛନ୍ତି ପୂଜା କମିଟି । ଆଜି (ସୋମବାର) ମଣ୍ଡପ ମାନଙ୍କରେ ଦେବୀ ଦୂର୍ଗାଙ୍କ ନବମୀ ପୂଜା ବିଧି ଅନୁସାରେ ସଂପନ୍ନ ହେବ । 

(କ୍ଲିକ କରି ଦେଖନ୍ତୁ ଶୁଭେଚ୍ଛା ବାର୍ତ୍ତା)

ଲାଞ୍ଜିଗଡ ହାଇସ୍କୁଲ ପଡିଆ ଠାରେ ଶ୍ରୀଶ୍ରୀଶ୍ରୀ ହରିହର ସାଂକୃତିକ ଅନୁଷ୍ଠାନ ଏବଂ ଲାଞ୍ଜିଗଡ ଯୁବକ ସଂଘ ତଥା ଦୁର୍ଗା ପୂଜା କମିଟି ସହଯୋଗରେ ମା’ ଦୁର୍ଗାଙ୍କ ସାର୍ବଜନୀନ ପୂଜା ଅନୁଷ୍ଠିତ ହେଉଛି। ମିନାବଜାର ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଶତାଧିକ ମହିଳା ପୁରୁଷଙ୍କ ଭିଡ଼ ଏଠାରେ ଦେଖୀବାକୁ ମିଳିଛି। ଏହି ମଣ୍ଡପରେ କର୍ତ୍ତା ଭାବରେ ପଞ୍ଚାନନ ବାଣୁଆ ଓ ତାଙ୍କର ଧର୍ମ ପତ୍ନୀ ପୁଷ୍ପାଞ୍ଜଳି ବାଣୁଆ ଗୁରୁ ଦାଇତ୍ବ ବହନ କରୁଥିବାବେଳେ ମୁଖ୍ୟ ପୂଜକ ବିଜୟ ମହାପାତ୍ର, ବିଦ୍ୟାଧର ମହାପାତ୍ର, ନିର୍ମଳ ଚନ୍ଦ୍ର ପଣ୍ଡା, ବିପିନ କୁମାର ଦାସ ଦାୟିତ୍ୱ ନିର୍ବାହ କରୁଥିବାବେଳେ ଲିଙ୍ଗରାଜ ବାରିକ, ମନୋରଞ୍ଜନ ବାରିକ, ସନ୍ତୋଷ ମହାଖୁଡ଼ ଓ ଅଜିତ ମହାଖୁଡ଼ ପୂଜା କାର୍ଯ୍ୟରେ ସହଯୋଗ କରୁଛନ୍ତି ।  ଆୟୋଜକ କମିଟିର ସଭାପତି ସୁମନ୍ତ ଦଳବେହେରା, ସମ୍ପାଦକ ଏମ୍. ଚନ୍ଦ୍ର ଶେଖର, କୋଷଧ୍ୟକ୍ଷ କିଶୋର ପେସନିଆ ଓ ସାଂସ୍କୃତିକ ସମ୍ପାଦକ ଭାବେ ଜୟନ୍ତ ମହାଖୁଡ଼ ତଥା ଉପଦେଷ୍ଟା କମିଟିରେ ଚନ୍ଦ୍ରଧ୍ୱଜ ପେସନିଆ, କାମରାଜ ଦଳବେହେରା, ଅଶୋକ ପଟନାୟକ, ହିମାଦ୍ରୀ ପେସନିଆ, ରାଜେନ୍ଦ୍ର ପ୍ରତାପ ସିଂଦେଓ, ରୋହିତ ମହାଖୁଡ଼ ଓ ଭୁପେନ୍ଦ୍ର ମହାରଥା ପ୍ରମୁଖ ସହଯୋଗ କରିଛନ୍ତି। ଦୁର୍ଗା ପୂଜା ଅବସରରେ ୪ଦିନ ଧରି ସାଂକୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ମା’ ଦୁର୍ଗାଙ୍କ ପୂଜା ବୈଦିକ ରିତି ନିତି ଅନୁସାରେ ଆଗେଇ ଚାଲିଛି । ଏହି ଦୁର୍ଗା ପୂଜା ସୁବର୍ଣ୍ଣ ଜୟନ୍ତୀ ଆଡକୁ ଅଗ୍ରସର ହେଉଥିବା ବେଳେ ଏବର୍ଷ ଦେବୀଙ୍କ ନବରାତ୍ର ପୂଜାର୍ଚ୍ଚନା ଲୋକଙ୍କ ମନମୋହି ନେଉଛି । ଏଥିରେ କର୍ତ୍ତା ଭାବେ ବିଶ୍ବନାଥପୁରର ବିଶିଷ୍ଟ ବ୍ୟକ୍ତି ପ୍ରଦୀପ ଘଡେଇ ଓ ତାଙ୍କ ଧର୍ମପତ୍ନୀ ଲଷ୍ମୀ ଘଡେଇ ଓ ମୁଖ୍ୟ ପୂଜକ କୈଳାଶ ଦାସ ଏବଂ ପ୍ରଶାନ୍ତ ଦାସ ଗୁରୁ ଦାଇତ୍ବ ନିର୍ବାହ କରୁଛନ୍ତି । ଦୁର୍ଗାପୂଜା କମିଟି ସଭାପତି ଗୋବିନ୍ଦ ପ୍ରଧାନୀ, ଉପ ସଭାପତି ହରିହର କୁମାର, ସମ୍ପାଦକ ଅଚୁତ ଘଡେଇ, କୋଷାଧ୍ୟକ୍ଷ ଧବଳେଶ୍ବର ଠେଲା ଓ ଉପଦେଷ୍ଟା କମିଟିର ପ୍ରଦୀପ ଘଡେଇ, ବଳରାମ ବେହେରା, ନିତ୍ୟାନ୍ଦନ ସାହୁ, ରଘୁବୀର ନାଗ, ତ୍ରିଲୋଚନ ସେଠି ତଥା ଗ୍ରାମବାସୀ ପୂଜାକର୍ମରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ।

(କ୍ଲିକ କରି ଦେଖନ୍ତୁ ଶୁଭେଚ୍ଛା ବାର୍ତ୍ତା)

ସେହିପରି ଲାଞ୍ଜିଗଡ ରୋଡ଼ ଦୁର୍ଗା ପୂଜା କମିଟି ପକ୍ଷରୁ ବଜାର ପଡିଆ ସ୍ଥିତ ମଣ୍ଡପରେ ଆରଧିତା ହେଉଛନ୍ତି ମହିଷାମର୍ଦ୍ଧିନୀ । ଏଥିରେ କର୍ତ୍ତା ଭାବରେ ପ୍ରଣବ କୁମାର ରାଉତ ସସ୍ତ୍ରୀକ ଥିବାବେଳେ ପୂଜକ ଲମ୍ବୁଦର ପାଢ଼ୀ, କୈଳାଶ ଦାସ ଓ ମଧୁସୂଦନ ପାଢୀ ଏବଂ ପୂଜା ମଣ୍ଡପରେ ସୀମାଞ୍ଚଳ ମହାଖୁଡ଼, ସୁବାସ ଗଉଡ଼ ସହଯୋଗ କରୁଛନ୍ତି । ଏଥିରେ ଉପଦେଷ୍ଟା କମିଟିର ଟଙ୍କଧର ମାଝୀ, ଚନ୍ଦ୍ର ମହାପାତ୍ର, ଗୋପାଳ ସୁନାନୀ, ମୋନଜ ରାଉତ, ପୂର୍ଣଚନ୍ଦ୍ର ଗଉଡ଼ ଓ ଗ୍ରାମବାସୀ ସହଯୋଗ କରୁଛନ୍ତି ।

(କ୍ଲିକ କରି ଦେଖନ୍ତୁ ଶୁଭେଚ୍ଛା ବାର୍ତ୍ତା)

ସେହିପରି ଗ୍ରାମାଞ୍ଚଳ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ରାମଚନ୍ଦ୍ରପୁର ଦୁର୍ଗା ପୂଜା। ରାମଚନ୍ଦ୍ରପୁର ଦୁର୍ଗାପୂଜା କମିଟି ପକ୍ଷରୁ ଏହା ପାଳନ କରାଯାଉଛି। ଏଥିରେ କର୍ତ୍ତା ଭାବେ ନିଳାଞ୍ଚଳ ପଣ୍ଡା ସସ୍ତ୍ରୀକ ଓ ପୂଜକ ରାଜେଶ ମିଶ୍ର ଏବଂ ବିରେନ କୁମାର ଜେନା ଦାଇତ୍ବ ନିର୍ବାହ କରୁଛନ୍ତି ।ପୂଜା କମିଟି ସଭାପତି ଲୋମ୍ବଦର ପତି, ଉପ ସଭାପତି ତିର୍ଥ ଗହୀର, ସମ୍ପାଦକ ଉପେନ୍ଦ୍ର ସାହୁ, ସହ ସମ୍ପାଦକ କିରଣ ମାଝୀ ମୁଖ୍ୟ ଦାଇତ୍ୱ ତୁଲାଉଛନ୍ତି । ଲାଞ୍ଜିଗଡ ବ୍ଲକ ଶେଷ ସୀମାନ୍ତରେ ଥିବା ଗୋବର୍ଦ୍ଧନପୁର ପଞ୍ଚାୟତର ୯ଖଣ୍ଡ ଗାଁ ଓ ଏହାର ଆଖପାଖ ଗାଁ ଲୋକଙ୍କ ସହଯୋଗ ଏହି ପୂଜାରେ ରହିଛି ।

(କ୍ଲିକ କରି ଦେଖନ୍ତୁ ଶୁଭେଚ୍ଛା ବାର୍ତ୍ତା)

———————————————————

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.